ଭୁବନେଶ୍ୱର ଝାରପଡାରୁ ୮୩ କେଜି ଗଞ୍ଜେଇ ଜବତ, ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡା କେନାଲ ରୋଡରେ ଗଞ୍ଜେଇ ବିକ୍ରୀ ଅଭିଯୋଗରେ କମିସନରେଟ୍ ପୋଲିସ ଦ୍ୱାରା ୪ ଜଣଙ୍କୁ ଗିରଫ କରାଯାଇଛି।

ଖବର ଅନୁଯାୟୀ, କମିସନରେଟ୍ ପୋଲିସ୍ ଏବଂ ଲକ୍ଷ୍ମୀସାଗର ପୋଲିସର କୁଇକ୍ ଆକ୍ସନ୍ ଟିମ୍ ଆଜି ଏକ ସ୍ଥାନରେ ମିଳିତ ଚଢାଉ କରିଥିଲେ । ଚଢାଉ ସମୟରେ ଚାରି ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ଝାରପଡା ମୁସଲିମ ସାହିର ଏସ୍.କେ ବସିର (୨୫), ସାଗିର ଖାନ୍ (୨୫), ମନିର୍ ଖାନ୍ (୨୬) ଏବଂ ଏସ୍.କେ ସବୀର ୨୭) ବୋଲି ଜଣାପଡିଛି।

ପୋଲିସ ସେମାନଙ୍କ ନିକଟରୁ ୮୩ କିଲୋଗ୍ରାମ ଗଞ୍ଜେଇ, ଦୁଇଟି ମୋଟରସାଇକେଲ, ତିନୋଟି ମୋବାଇଲ୍ ଫୋନ୍ ଏବଂ ୪୭୦ ଟଙ୍କା ନଗଦ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.