କଶ୍ମୀର ପରେ ‘ରାମ ମନ୍ଦିର’ ମଧ୍ୟ ସୋସିଆଲ ମିଡିଆରେ ରହିଲା ‘ଟପ୍‌ ଟ୍ରେଣ୍ଡ’, ୟୁଜର ଦେଲେ ଏମିତି ପ୍ରତିକ୍ରିୟା

ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ସରକାର ରାଜ୍ୟ ସଭାରେ ସଂକଳ୍ପ ପତ୍ର ଉପସ୍ଥାପନା କରିବା ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ତେବେ ସବୁଠାରୁ ଖାସ୍‌ କଥା ହେଉଛି, ଧାରା ୩୭୦ ବ୍ୟତୀତ ରାମ ମନ୍ଦିର ମଧ୍ୟ ‘ଟପ୍‌ ଟ୍ରେଣ୍ଡ’ରେ ଆସିଯାଇଛି। ତେବେ ଲୋକଙ୍କର କହିବା କଥା ହେଲା, ତିନି ତଲାକ୍‌ ଏବଂ କଶ୍ମୀର ପରେ ଏବେ ରାମ ମନ୍ଦିର ପ୍ରସଙ୍ଗର ପାଳି। ସ୍ୱାତି ଦୀକ୍ଷିତ ନାମ୍ନୀ ୟୁଜର କହିଛନ୍ତି, ‘ଶ୍ରାବଣର ଆସନ୍ତା ସୋମବାର ରାମ ମନ୍ଦିରର ନମ୍ବର ପଡ଼ିବ’। ଅନ୍ୟ ଜଣେ ଲେଖିଛନ୍ତି, ‘ରାମ ମନ୍ଦିର ଲୋଡିଙ୍ଗ୍‌’।

man2

ସେହିପରି ଅନୁରାଗ ଶୁଳ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ୍‌ ଶାହଙ୍କୁ ଟ୍ୟାଗ୍‌ କରି କହିଛନ୍ତି, ‘ଆସନ୍ତା ମାସରୁ ରାମ ମନ୍ଦିର ନିର୍ମାଣ କାଯ୍ୟର୍ ଆରମ୍ଭ କରି ଦିଆଯାଉ’। ଆଉ କେତେଜଣ ୟୁଜର ମୋଦିଙ୍କର ଏକ ପୁରୁଣା ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେମାନେ ଏଭଳି କ୍ୟାପସନ ଲେଖିଛନ୍ତି, ‘ରାମ ମନ୍ଦିର ତ ଏବେ ବାକି ଅଛି’।

ଏହାସହ ପଢ଼ନ୍ତୁ: ଉଡ଼ିବନି କଶ୍ମୀରର ଅଲଗା ପତାକା, କେବଳ ଉଡ଼ିବ ‘ତ୍ରିରଙ୍ଗା’

tweet

ଉଜ୍ଜ୍ୱଲ କାଶ୍ୟପ ଲେଖିଛନ୍ତି, ‘ଏବେ ବାସ୍‌ କେବଳ ରାମ ମନ୍ଦିର ନିଷ୍ପତ୍ତି ଆସିଯାଉ, ତେବେ ଯାଇ ଆମ ସରକାର ସଫଳ ହେବ’। ଧନୁଷ ନାମକ ୟୁଜର ଏକ ନୂଆ ଢଙ୍ଗରେ ନିଜ ହାତରେ କାଳୀ ଲଗାଇ ପୋଷ୍ଟ କରିଛନ୍ତି କି ‘ଏମିତି ହିଁ କାମ କରି ଚାଲନ୍ତୁ, ଆମେ ଭୋଟ ଦେଇ ଚାଲିବୁ’।

Leave A Reply

Your email address will not be published.