ଗୁଜରାଟରେ କେଜ୍ରିଓ୍ଵାଲଙ୍କ ପଞ୍ଜାବ ଫର୍ମୂଲା, ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଆରମ୍ଭ କଲେ କ୍ୟାମ୍ପେନ୍

ନୂଆଦିଲ୍ଲୀ : ଗୁଜରାଟରେ କେଜ୍ରିଓ୍ଵାଲ ଆରମ୍ଭ କରିଛନ୍ତି ପଞ୍ଜାବ ଫର୍ମୂଲା । ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଆରମ୍ଭ କରିଛନ୍ତି କ୍ୟାମ୍ପେନ୍ । ମୋଦିଙ୍କ ହୋମ୍ ଷ୍ଟେଟ୍ ଗୁଜରାଟରେ ଆକ୍ରମଣାତ୍ମକ ଢଙ୍ଗରେ ପ୍ରଚାର ଚଳାଇଛନ୍ତି ଆମ୍ ଆଦମୀ ପାର୍ଟି ବସ୍ ଅରବିନ୍ଦ କେଜ୍ରିଓ୍ଵାଲ । ତୁହାକୁ ତୁହା ରାଲି କରୁଛନ୍ତି । ଗୁଜରାଟରେ ବିଜେପିକୁ ଗାଦିଚ୍ୟୁତ କରିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି କେଜ୍ରିଓ୍ଵାଲ । ମାଗଣା ବିଜୁଳି, ଉନ୍ନତ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତିଶୃତି ମଧ୍ୟ ଦେଇ ସାରିଛନ୍ତି ।

ଗୁଜରାଟବାସୀଙ୍କୁ ନିଜ ମୁଖ୍ୟମନ୍ତ୍ରୀ ନିଜେ ବାଛିବାକୁ ଆଜି କ୍ୟାମ୍ପେନ ଆରମ୍ଭ କରିଛନ୍ତି କେଜ୍ରିଓ୍ଵାଲ । ଏଥିପାଇଁ ନମ୍ବର ମଧ୍ୟ ଜାରି କରିଛନ୍ତି । ଏହି ନମ୍ବରଟି ହେଉଛି 6357000360 । ଏହି ନମ୍ବରକୁ ଏସଏମ୍ଏସ, ଭଏସ୍ ମେସେଜ୍ ଓ ହ୍ଵାଟ୍ସ ଆପ୍ ମେସେଜ୍ କରି ନିଜର ମତାମତ ଦେବାକୁ କୁହାଯାଇଛି । ପଞ୍ଜାବରେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବାଛିବାକୁ ଲୋକଙ୍କୁ କହିଥିଲେ କେଜ୍ରିଓ୍ଵାଲ ।

ଆଜି ଗୁଜରାଟରେ ମୁଖ୍ୟମନ୍ତ୍ରୀ ବାଛିବା କ୍ୟାମ୍ପେନ ଆରମ୍ଭ କରି କେଜ୍ରିଓ୍ଵାଲ କହିଛନ୍ତି, ଲୋକେ ଦରଦାମ ବୃଦ୍ଧି ଆଉ ବେରୋଜଗାରୀରୁ ମୁକ୍ତି ଚାହୁଁଛନ୍ତି । ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଏଥିସହ ଗୁଜରାଟରେ ବିଜୟ ରୁପାନୀଙ୍କୁ ବଦଳାଯାଇ ଭୂପେନ୍ଦ୍ର ପଟେଲଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ କରଗଲା ବୋଲି କେଜ୍ରିଓ୍ଵାଲ ପ୍ରଶ୍ନ କରିଛନ୍ତି। ଆମ୍ ଆଦ୍ମୀ ପାର୍ଟି ଗୁଜରାଟରେ ସରକାର ଗଢ଼ିବାକୁ ଯାଉଛି ବୋଲି କେଜ୍ରିଓ୍ଵାଲ ଦାବି କରିଛନ୍ତି ।

ଅନ୍ୟପଟେ ଆଜି ଗୁଜରାଟ ନବସାରୀରେ କେଜ୍ରିଓ୍ଵାଲଙ୍କ ବିରୋଧରେ ପ୍ରବଳ ନାରାବାଜି କରିଛନ୍ତି ଲୋକେ । ତାଙ୍କ କାରକେଡ୍ ଯିବା ବେଳେ ରାସ୍ତାର ଦୁଇ ପାଖରେ ଶହଶହ ଲୋକ ଛିଡ଼ା ହୋଇ କଳାପତାକା ପ୍ରଦର୍ଶନ କରିଥିଲେ । କେବଳ ସେତିକି ନୁହେଁ । ଚୋର ଚୋର ସ୍ଲୋଗାନ ଦେଇଥିଲେ । ଅନ୍ୟପଟେ ମୋଦି ମୋଦି ନାରା ଦେଇଥିଲେ ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.