ସ୍ୱାମୀ ରକ୍ତର ହୋଲି ଖେଳିଲା ସ୍ତ୍ରୀ ନିଜ ହାତରେ ପୋଛିଦେଲା ସିନ୍ଦୁର, ସ୍ୱାମୀକୁ କଇଁଚିରେ ଭୁଷି କଲା ହତ୍ୟା

ସ୍ତ୍ରୀ ଚୋଟରେ ସ୍ୱାମୀର ଉଡିଗଲା ପ୍ରାଣ । ନିଜ ହାତରେ ସ୍ତ୍ରୀ ପୋଛିଦେଲା ନିଜ ମଥା ସିନ୍ଦୁର । ନିଜ ୩୦ ବର୍ଷିୟ ସ୍ୱାମୀକୁ କଇଁଚିରେ ମାରି ହତ୍ୟା କଲା ସ୍ତ୍ରୀ । ସ୍ୱାମୀ ଚାପୁଡାର ଜବାବ ହତ୍ୟା କରି ଦେଲା ସ୍ତ୍ରୀ । ଆସାମ ସିଲଚରରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ଏଠାରେ ଜଣେ ୨୫ ବର୍ଷୟା ମହିଳା କଇଁଚିରେ ନିଜ ସ୍ୱାମୀକୁ ମାରି ଜୀବନ ନେଇଗଲା । ପୋଲିସ ଜଣାଇଛି ଯେ ମହିଳାଙ୍କ ସ୍ୱାମୀ ନିଶାଶକ୍ତ ଅବସ୍ଥାରେ ତାକୁ ଚାପୁଡା ମାରିଲେ ଯାହାପରେ ସ୍ତ୍ରୀ ରାଗରେ କଲେ ପ୍ରତିଆକ୍ରମଣ । ମହିଳାଙ୍କ ନାମ ମମ୍ପି ବେଗମ୍‌ । ଏବଂ ସେ ସିଲଚର ମେହରପୁର ଅଞ୍ଚଳରେ ନିଜ ସ୍ୱାମୀ ଫରମିନ୍‌ ବରଭୁଇୟାଙ୍କ ସହ ରହୁଥିଲେ । ସେଠାରେ ସ୍ୱାମୀ ଫରମିନ୍‌ ଅଟୋ ରିକ୍ସା ଚଳାଉଥିଲେ ।

ଗୁରୁତର ସ୍ୱାମୀକୁ ଚିକିତ୍ସା ପାଇଁ ମେଡିକାଲ ନେଇଥିବାବେଳେ ସେଠାରେ ମହିଳାଙ୍କୁ ଗିରଫ କରିଛି ପୋଲିସ । ପ୍ରଥମେ ପ୍ରଥମେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସ୍ତ୍ରୀ ପରେ ନିଜର ଦୋଷ ସ୍ୱିକାର କଲା । ମହିଳା ନିଜ ସ୍ୱାମୀକୁ ହତ୍ୟା କରିଥିବା କଥା ଖୁଲାସା କଲା । ସେ ପୋଲିସ ପାଖରେ ଜଣାଇଛି ଯେ ମଦ ପିଇ ତା ସ୍ୱାମୀ ତାକୁ ପ୍ରତିଦିନ ବାଡଉଥିଲା ଯନ୍ତ୍ରଣା ଦେଉଥିିଲା ନିର୍ଯାତନା ଦେଉଥିଲା । ପରେ ସ୍ତ୍ରୀ ଜଣାଇଲା ନିଜ ସ୍ୱାମୀକୁ ମର୍ଡର କରିବାର କାରଣ । ମଙ୍ଗଳବାର ରାତିରେ ମହିଳାଙ୍କ ସ୍ୱାମୀ ମଦ ପିଇ ଆସି ସ୍ତ୍ରୀକୁ ଚାପୁଡା ମାରିଲେ ଆଉ ନିଜକୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ କଇଁଚି ଧରି ସ୍ୱାମୀକୁ କଲା ପ୍ରତିଆକ୍ରମଣ ।

ତେବେ କହିରଖିବାକୁ ଚାହିଁବୁ ଯେ ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ବି ଅଛି । ତେବେ ତାଙ୍କ ପଡୋଣୀଙ୍କ କହିବା କଥା ଯେ ତାଙ୍କ ଘରେ ପ୍ରାୟ ପ୍ରତ୍ୟେକ ଦିନ କଳି ଝଗଡା ହେଉଥିଲା । ସ୍ଥାନୀୟ ମହିଳା ଜଣେ ବି ସ୍ୱାମୀ ସ୍ତ୍ରୀଙ୍କ କଳି ଝଗଡା ବିଷୟରେ କହିଛନ୍ତି । ସେ କହିଛନ୍ତି ପ୍ରତିଦିନ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳି ଲାଗୁଥିଲା ଏବଂ କେବେ କେବେ ତ ଉଭୟ ଏକଦମ୍‌ ହିଂସ୍ର ହୋଇଯାଉଥିଲେ ।

ପଡୋଶୀଙ୍କ କହିବା କଥା ଯେ ମଙ୍ଗଳବାର ରାତିରେ କେହି ଜଣେ ଚିତ୍କାର କରୁଥିବା ଶବ୍ଦ ଶୁଣିବାକୁ ମିଳିଲା । ଆଉ ପରେ ଯାଇ ଦେଖିବାକୁ ପାଇଲେ ଯେ ସ୍ତ୍ରୀ ସ୍ୱାମୀ ରକ୍ତରେ ଖେଳିଛି ହୋଲି । ଆଉ ମହିଳା ଜଣଙ୍କ ରକ୍ତ ଜୁଡବୁଡୁ ସ୍ୱାମୀକୁ ହସ୍ପିଟାଲ ନେଉଯାଉଥିଲା । ତେବେ ଏମଏମସିଏଚର ଡାକ୍ତର ପ୍ରଥମେ ଚିକିତ୍ସା ତ କଲେ କିନ୍ତୁ ଚିକିତ୍ସାର ଗୋଟେ ଘଣ୍ଟା ପରେ ସ୍ୱାମୀର ମୃତ୍ୟୁ ହୋଇଗଲା । ମୃତକର ଶରୀରରେ ବିଭିନ୍ନ ସ୍ଥାନରେ ଗମ୍ଭୀର ଆଘାତ ଲାଗିଥିଲା । ଏହା ଦେଖି ଡାକ୍ତର ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ, ଯାହାପରେ ପୋଲିସ ଆସି ସ୍ୱାମୀ ହତ୍ୟାକାରୀ ସ୍ତ୍ରୀ ମମ୍ପି ବେଗମକୁ ଗିରଫ କରିଛି । ଯାହା ସୂଚନା ରହିଛି ପୋଲିସ ଅଭିଯୁକ୍ତ ସ୍ତ୍ରୀକୁ ପଚରାଉଚୁରା କରିବା ସହିତ ମାମଲାର ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.