Below header

ଓଡ଼ିଶାରେ ରାସ୍ତାରୁ ହଟିବ ୨୦ ଲକ୍ଷରୁ ଅଧିକ ପୁରୁଣା ଗାଡ଼ି

ଆସନ୍ତା ମାର୍ଚ୍ଚ ସୁଦ୍ଧା ସ୍କ୍ରାପ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସ୍କ୍ରାପ ହେବାକୁ ଥିବା ଗାଡ଼ି ଭିତରେ ସର୍ବାଧିକ ୧୨ଲକ୍ଷ ୯୯ ହଜାର ୩୫୧ଟି ମୋଟର ସାଇକେଲ ଓ ସ୍କୁଟର ରହିଛି ।

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ରାସ୍ତାରୁ ହଟିବ ୨୦ ଲକ୍ଷରୁ ଅଧିକ ପୁରୁଣା ଗାଡ଼ି । ସ୍କ୍ରାପ୍‌ ହେବ ୨୦ ଲକ୍ଷ ୩୯ ହଜାର ୫ଶହ ଗାଡ଼ି । ୧୫ ବର୍ଷରୁ ଅଧିକ ଫିଟନେସ ନଥିବା ଗାଡ଼ିଗୁଡିକୁ ସ୍କ୍ରାପ କରାଯିବ। ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନରେ ଅହି ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଆସନ୍ତା ମାର୍ଚ୍ଚ ସୁଦ୍ଧା ସ୍କ୍ରାପ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ସ୍କ୍ରାପ ହେବାକୁ ଥିବା ଗାଡ଼ି ଭିତରେ ସର୍ବାଧିକ ୧୨ଲକ୍ଷ ୯୯ ହଜାର ୩୫୧ଟି ମୋଟର ସାଇକେଲ ଓ ସ୍କୁଟର ରହିଛି । ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ ରହିଛି । ଫିଟନେସ ନଥିବା ଗାଡ଼ିକୁ ସ୍କ୍ରପି ପାଇଁ ରାଜ୍ୟ ସରକାର ଆଣିଛନ୍ତି ଓଡ଼ିଶା ସ୍କ୍ରାପିଂ ପଲିସି-୨୦୨୨ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.