ଖୁଚୁରା ପଇସା ଥଳି ଧରି ମୁମ୍ବାଇର ତାଜ୍‌ ହୋଟେଲ ଗଲେ ଯୁବକ; ଖାଦ୍ୟ ଖାଇବା ପରେ କଲେ ଏମିତି କାମ…ଦେଖନ୍ତୁ ଭିଡିଓ

ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖୁଥିବେ। କିନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓ ଟିକିଏ ଭିନ୍ନ। ଏଠାରେ ଜଣେ ଯୁବକ ହାତରେ ଖୁଚୁରା ପଇସା ଧରି ମୁମ୍ବାଇର ପ୍ରସିଦ୍ଧ ତାଜ୍‌ ହୋଟେଲ ଯାଇଥିଲେ, ଆଉ ସେଠାରେ ଖାଇ ସାରିବା ପରେ ଖୁଚୁରା ପଇସାରେ ହିଁ ବିଲ୍‌ ଦେଇଥିଲେ।

କୌଣସି ପଞ୍ଚତାରକା ହୋଟେଲରେ ଖାଦ୍ୟ ଖାଇବାର ଅନୁଭବ ବହୁତ ଭିନ୍ନ ହୋଇଥାଏ। ଏଠାକୁ ଯିବା ପାଇଁ ନା କେବଳ ଆପଣଙ୍କୁ ନିଜର ଟଙ୍କାପଇସା, ବରଂ ନିଜର ପୋଷାକ, ବ୍ୟବହାର ଭଳି ଜିନିଷଗୁଡ଼ିକ ପ୍ରତି ଯତ୍ନବାନ ହେବାକୁ ପଡ଼ିଥାଏ। କିଛି ରେଷ୍ଟୁରାଣ୍ଟରେ ଲୋକଙ୍କ ପାଇଁ ନିୟମ ମଧ୍ୟ ଲାଗୁ ହୋଇଥାଏ। ଭାଷାଠୁ ନେଇ ବିଲ୍‌ ପେ’ପର୍ଯ୍ୟନ୍ତ, ସବୁକିଛି ଉପରେ ଖାସ୍‌ ଧ୍ୟାନ ରଖିବାକୁ ପଡ଼ିଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି କଏନ୍‌ ଭର୍ତ୍ତି ବ୍ୟାଗ୍‌ ନେଇ ତାଜ୍‌ ହୋଟେଲ ଯାଉଛନ୍ତି ଏବଂ ସେଠାରେ ନିଜର ବିଲ୍‌ ଭରଣା କରୁଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓକୁ ସିଦ୍ଧେଶ୍‌ ଲାକୋରେ ନାମକ ୟୁଜର ପୋଷ୍ଟ କରିଛନ୍ତି। ସିଦ୍ଧେଶ୍‌ ସୁଟ୍‌ ପିନ୍ଧି ମୁମ୍ବାଇର ପ୍ରସିଦ୍ଧ ତାଜ୍‌ ହୋଟେଲ ଯାଇଥିଲେ। ସେ ମେନ୍ୟୁ କାର୍ଡ ପଢ଼ି ଏକ ପ୍ଲେଟ୍‌ ରଗଡ଼ା ପୁରୀ ମଗାଇଥିଲେ, ଯାହାର ଦାମ୍‌ ଥିଲା ୮୦୦ ଟଙ୍କା। ଏହାସହିତ ସେ ପିଜ୍ଜା, ମକ୍‌ଟେଲ ମଧ୍ୟ ଅର୍ଡର କରିଥିଲେ। ପରେ ସିଦ୍ଧେଶ୍‌ ଏହା କହିଥିଲେ କି, ପିଜ୍ଜାର ସ୍ୱାଦ ଆଭରେଜ୍‌ ଥିଲା। ଖାଇବା, ପିଇବା ପରେ ସେ ବିଲ୍‌ ମଗାଇଥିଲେ।

ଭାଇରାଲ ଭିଡିଓରେ ସିଦ୍ଧେଶ୍‌ ଖୁଚୁରା ପଇସା ଗଣୁଥିବାର ନଜର ଆସୁଛନ୍ତି, ଯେତେବେଳେ କି, ତାଙ୍କ ଆଖପାଖରେ ବସିଥିବା ଲୋକେ ତାଙ୍କୁ ଆଶ୍ଚର୍ଯ୍ୟର ସହିତ ଚାହୁଁଥିବା ଦେଖିବାକୁ ମିଳୁଛି। ଖାଇବା ପରେ ହୋଟେଲର ଜଣେ ଷ୍ଟାଫ୍‌ ତାଙ୍କ ପାଖକୁ ବିଲ୍‌ ନେବାକୁ ଆସୁଛନ୍ତି ଏବଂ ସେ ତାଙ୍କୁ ଆଙ୍ଗୁଠି ଦେଖାଇ କହୁଛନ୍ତି ଯେ ‘ନ୍ୟାସନାଲ ୟୁନିଅନ ଚିଲ୍ଲର ପାର୍ଟି’। ଏହାପରେ ଷ୍ଟାଫ୍‌ କଏନ୍‌ ଗଣିବା ପାଇଁ ଚାଲି ଯାଉଛନ୍ତି।

ବାସ୍ତବରେ, ସିଦ୍ଧେଶ ଲାକୋରେ ନାମକ ଡିଜିଟାଲ କ୍ରିଏଟର ଏହି ଭିଡିଓକୁ ତିଆରି କରିଛନ୍ତି। ଏହା କରିବା ପଛରେ ତାଙ୍କର ଉଦ୍ଦେଶ୍ୟ ହେଉଛି, ଲୋକମାନଙ୍କୁ ନିଜର ସତ୍ୟତା ନ ଲୁଚାଇବାକୁ ପ୍ରେରିତ କରିବା। ସିଦ୍ଧେଶ ପୂର୍ବରୁ ମଧ୍ୟ ସାର୍ବଜନୀନ ସ୍ଥାନରେ ଲୋକମାନଙ୍କ ସହିତ ଏପରି ଭିଡିଓ ତିଆରି କରିଥିଲେ, ଯାହାକୁ ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.