ଦେଶର ସବୁଠାରୁ ବଡ଼ ଥାଳିର ନାମ ‘ସୋନୁ ସୁଦ’, ଫଟୋ ସେୟାର କରି ପୁଣି ଚର୍ଚ୍ଚାରେ ଏହି ରିୟଲ୍ ହିରୋ
ଦେଶର ସବୁଠାରୁ ବଡ଼ ଥାଳିର ନାମ ‘ସୋନୁ ସୁଦ’ ରଖାଯାଇଛି। ସୋସିଆଲ ମିଡିଆରେ ସୋନୁ ସୁଦ ନିଜେ ଏହି ଥାଳିର ଫଟୋ ସେୟାର କରିଛନ୍ତି। ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି।
ସୋନୁ ସୁଦଙ୍କୁ କିଏବା ନଜାଣିଛି। କୋଭିଡ ଆମ ଦେଶକୁ ଆସିବା ପରଠାରୁ ସେ ସକ୍ରିୟ ରହିଆସିଛନ୍ତି । ସେ ଲୋକଙ୍କୁ ସାହାଯ୍ୟ କରିବାରେ କୌଣସି ପ୍ରକାରର ସୁଯୋଗକୁ ହାତଛଡା କରନ୍ତି ନାହିଁ। ଏଥିପାଇଁ ଖାଲି ଲୋକମାନେ ତାଙ୍କୁ ପ୍ରଶଂସା କରିନାହାଁନ୍ତି କିମ୍ବା ତାଙ୍କଠାରୁ ପ୍ରେରଣା ପାଇ ନାହାଁନ୍ତି ତା ନୁହେଁ ବରଂ ତାଙ୍କ ସମ୍ମାନାର୍ଥେ ମନ୍ଦିର ମଧ୍ୟ ନିର୍ମାଣ କରିଛନ୍ତି।
ନିକଟରେ ସୋନୁ ସୁଦ ତାଙ୍କ ଡାଏରୀରେ ଯୋଡି ହୋଇଥିବା ଅନ୍ୟ ଏକ ସଫଳତାର ଖବର ସେୟାର କରିଛନ୍ତି ସୋସିଆଲ ମିଡିଆରେ। ଖବରଟି ହେଉଛି କି, ଦେଶର ସବୁଠାରୁ ବଡ଼ ଥାଳିର ନାମ ‘ସୋନୁ ସୁଦ’ ରଖାଯାଇଛି। ସୋସିଆଲ ମିଡିଆରେ ସୋନୁ ସୁଦ ନିଜେ ଏହି ଥାଳିର ଫଟୋ ସେୟାର କରିଛନ୍ତି। ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି।
View this post on Instagram
ତେବେ ଆପଣ ଫଟୋରେ ଯେଉଁ ଥାଳି ଦେଖୁଛନ୍ତି ତାହା ଏକ ସାଧାରଣ ଥାଳି ନୁହେଁ। ଏହାକୁ ଦେଶର ସବୁଠାରୁ ବଡ଼ ଥାଳି ବୋଲି କୁହାଯାଉଛି। ଏହି ଥାଳିରେ ଏକା ସାଙ୍ଗରେ ୨୦ଜଣ ବସି ଖାଇ ପାରିବେ। ସୋନୁଙ୍କୁ ଏହି ସ୍ବତନ୍ତ୍ର ଉପହାର ହାଇଦ୍ରାବାଦର ଜିସମତ ଜେଲମଣ୍ଡି ପ୍ରଦାନ କରିଛନ୍ତି। ସୋନୁ ସୁଦଙ୍କ ନାମରେ ‘ଇଣ୍ଡିଆଜ ବିଗେଷ୍ଟ ପ୍ଲେଟ’ର ନାମ ରଖାଯାଇଛି।