Below header

ମାଡ଼ି ଆସୁଛି ଖରା, ରାଜ୍ୟରେ ଏବେଠୁ ଉପରମୁହାଁ ପାରଦ

ଫେବ୍ରୁଆରୀରେ ରାଜଧାନୀର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଲାଣି । ମାର୍ଚ୍ଚରେ ୪୦ ଡିଗ୍ରୀ ଟପିବ ବୋଲି ଆଶଙ୍କା ।

ଭୁବନେଶ୍ୱର (କେନ୍ୟୁଜ): ମାଡ଼ି ଆସୁଛି ଖରା। ଆହୁରି ୨ ରୁ ୪ ଡିଗ୍ରୀ ବଢିବ ଦିନ ତାପମାତ୍ରା । ଫେବ୍ରୁଆରୀରେ ରାଜଧାନୀର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଲାଣି । ମାର୍ଚ୍ଚରେ ୪୦ ଡିଗ୍ରୀ ଟପିବ ବୋଲି ଆଶଙ୍କା କରାଯାଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ ସହରରେ ୩୭ °C କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି । ସୋନପୁର ରେ ସର୍ବାଧିକ ୩୮.୩°C
ତାଳଚେର ୩୮.୨°C, ନୟାଗଡ ୩୮ °C ଏବଂ ଭୁବନେଶ୍ୱର ରେ ୩୭.୯°C ରେକର୍ଡ । ଏଇ ଦୁଇ ତିନି ଦିନ ପାଗରେ କୌଣସି ପ୍ରକାର ପରିବର୍ତ୍ତନ ନାହିଁ । ଗୁରୁଚପ ପ୍ରଭାବରେ କିଛି ଜିଲ୍ଲାରେ ଲାଗି ରହିବ କୁହୁଡି । ଏହାସହ ଜି.ଉଦୟଗିରିରେ ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.