Below header

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବୁର୍ଜ ଖଲିଫାଠୁ ବି ବଡ଼ ଆକାରର ଉଲ୍‌କାପିଣ୍ଡ, ଏହି ଦିନ ରହିଛି ସବୁଠୁ ଅଧିକ ବିପଦ

ପୃଥିବୀ ଉପରକୁ ମାଡ଼ି ଆସୁଛି ଆଉ ଏକ ବଡ଼ ବିପଦ। ଏକ ବିଶାଳ ଉଲ୍‌କା ପିଣ୍ଡ (ଆଷ୍ଟରଏଡ୍‌) ଏବେ ଖୁବ୍‌ ତୀବ୍ର ଗତିରେ ପୃଥିବୀ ଆଡ଼କୁ ଅଗ୍ରସର ହେଉଛି। ଏହି ଉଲ୍‌କା ପିଣ୍ଡ ୨୯ ନଭେମ୍ବରରେ ପୃଥିବୀ ପାଖ ଦେଇ ଗତି କରିବ। ମାତ୍ର ମଝିରେ ଯଦି ଏହାର ପଥରେ କିଛି ପରିବର୍ତ୍ତନ ହୁଏ ତେବେ ତାହା ପୃଥିବୀ ସହ ଧକ୍କା ହୋଇପାରେ।

ଏହି ଆଷ୍ଟରଏଡ୍‌ର ଆକାର ଏତେ ବଡ଼ ଯେ ଏହାକୁ ଦୁବାଇର ସବୁଠୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ସହ ତୁଳନା କରାଯାଇଛି। ବୁର୍ଜ ଖଲିଫାର ଉଚ୍ଚତା ୮୨୯ ମିଟର ହୋଇଥିବା ବେଳେ ଏହି ଆଷ୍ଟରଏଡ୍‌ର ଆକାର ୮୨୦ ମିଟର। ଏହି ଉଲ୍‌କାପିଣ୍ଡ ମିସାଇଲ୍‌ ଠାରୁ ବି ତୀବ୍ର ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ମିସାଇଲର ଘଣ୍ଟା ପ୍ରତି ବେଗ ୪୦୦୦ କିଲୋମିଟର ହୋଇଥିବା ବେଳେ ଏହି ଉଲ୍‌କାପିଣ୍ଡର ତା’ଠାରୁ ଢେର ଅଧିକ ବେଗ ରହିଛି।

ନାସା ମୁତାବକ, ୨୯ ନଭେମ୍ବର ରାତିରେ ଏହି ଉଲ୍‌କା ପିଣ୍ଡ ପୃଥିବୀ ଠାରୁ ମାତ୍ର କିଛି ହଜାର କିଲୋମିଟର ଦୂରରେ ଗତି କରିବ। ଏହାର ଘଣ୍ଟା ପ୍ରତି ବେଗ ରହିଛି ୯୦,୦୦୦ କିଲୋମିଟର। ଦୀର୍ଘଦିନ ଧରି ଏହି ଉଲ୍‌କାପିଣ୍ଡ ଉପରେ ନାସାର ନଜର ରହିଛି। ଏହି ଉଲ୍‌କାପିଣ୍ଡର ନାମ ଦିଆଯାଇଛି 153201 2000 WO107। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଉଲ୍‌କାପିଣ୍ଡ ଯୋଗୁ ପୃଥିବୀ ଉପରେ କୌଣସି ବିପଦ ନଥିବା ନାସା ସ୍ପଷ୍ଟ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.