ବଢ଼ୁଛି ସଂକ୍ରମଣ, ଅଷ୍ଟ୍ରିଆରେ ଲାଗୁ ହେଲା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

କରୋନା ସଂକ୍ରମଣ କମିବା ବଦଳରେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଅଷ୍ଟ୍ରିଆ ସରକାର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଶୁକ୍ରବାର ଦିନ ଅଷ୍ଟ୍ରିଆର ଚାନ୍‌ସେଲର ଆଲେକଜାଣ୍ଡର ସ୍କେଲେନବର୍ଗ ଦେଶରେ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ଏହି ଘୋଷଣା ପରେ ନୂଆ ଭ୍ୟାରିଏଣ୍ଟ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଲାଗୁ କରିବାରେ ପଶ୍ଚିମ ୟୁରୋପର ପ୍ରଥମ ଦେଶ ବନିଯାଇଛି ଅଷ୍ଟ୍ରିଆ। ଏଥିସହ ସରକାରଙ୍କ ପକ୍ଷରୁ ଫେବ୍ରୁଆରୀ ମାସରେ ଦେଶର ପ୍ରତ୍ୟେକ ଲୋକ ଟିକା ନେବାକୁ କୁହାଯାଇଛି।

ଅଷ୍ଟ୍ରିଆର ଦୁଇ-ତୃତୀୟାଂଶ ଲୋକ ଇତି ମଧ୍ୟରେ ଟିକା ନେଇଛନ୍ତି, ଯାହାକି ପଶ୍ଚିମ ୟୁରୋରେ ସବୁଠୁ କମ୍‌। ତେବେ କରୋନାର ନୂଆ ଲହର ଆସିବା ପରେ ଏବେ ଧୀରେ ଧୀରେ ଲୋକମାନେ ସଂକ୍ରମିତ ହେବା ଆରମ୍ଭ ହେଲେଣି। ଗତ ୭ ଦିନ ମଧ୍ୟରେ ଅଷ୍ଟ୍ରିଆରେ ୧୦ ହଜାର ଜଣଙ୍କ ମଧ୍ୟରୁ ୯୯୧ ଜଣ କରୋନା ସଂକ୍ରମିତ ହୋଇଥିବା ରେକର୍ଡ ହୋଇଛି।


ଏହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ଲକ୍‌ଡାଉନ୍‌ ଘୋଷଣା କରିଛି ଅଷ୍ଟ୍ରିଆ। ଏହା ପ୍ରଥମେ ୧୦ ଦିନ ଯାଏଁ ଚାଲିବ। ଏହି ସମୟ ମଧ୍ୟରେ ଦେଶର ସମସ୍ତ ସ୍କୁଲ, କଲେଜ, ରେସ୍ତୋରାଁ, ହୋଟେଲ, ଫିଲ୍ମ ହଲ୍‌ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବନ୍ଦ ରହିବ।

ଏଥିସହ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଫେବ୍ରୁଆରୀ ୧ରୁ ଦେଶରେ ଟିକାକରଣ ବାଧ୍ୟତାମୂଳକ କରାଯିବ। ଅଷ୍ଟ୍ରିଆ ସରକାର କହିଛନ୍ତି ଯେ ଆମେ ପଞ୍ଚମ ଲହର ଚାହୁଁନାହିଁ। ଏଣୁ ଲକ୍‌ଡାଉନ୍‌ ଲାଗୁ କରିବାକୁ ବାଧ୍ୟ ହେଉଛୁ। ଲକ୍‌ଡାଉନ୍‌ ଲାଗୁ ହେଲେ ହିଁ ସଂକ୍ରମଣର ହାର କମିବ ବୋଲି କହିଛନ୍ତି ଅଷ୍ଟ୍ରିଆ ଚାନ୍‌ସେଲର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.