ଭୟଙ୍କର ସଡ଼କ ଦୁର୍ଘଟଣା: ସାବରିମାଲା ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଅଟୋ, ୫ ମୃତ

କେରଳ ମଲ୍ଲପୁରମ ଠାରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି ।

କେରଳ ମଲ୍ଲପୁରମ ଠାରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି । ଆହତ ମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ସୂଚନା ମିଳିଛି ।

ତେବେ ବସ ଅଟୋ ମୁହାମୁହିଁ ଧକ୍କା ହେବା ଫଳରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଫଳରେ ଅଟୋ ଡ୍ରାଇଭର ସମେତ ଅଟୋରେ ବସିଥିବା ୪ ଜଣଙ୍କ ମୃତ୍ୟୁ ହୋଇଥିଲା । କର୍ଣ୍ଣାଟକରୁ ସାବରିମାଲା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏବଂ ଅଟୋ ମଧ୍ୟରେ ଏକ ବଡ଼ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି।

ମଲ୍ଲପୁରମ ଜିଲ୍ଲା ପୋଲିସ ମୁଖ୍ୟ ଶଶୀଧରନ ଏସ୍‌. କହିଛନ୍ତି ଯେ ଏକ ବସ୍ ଏବଂ ଅଟୋ ମଧ୍ୟରେ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି । ପୋଲିସ ଅଧିକ୍ଷକଙ୍କ କହିବା ଅନୁସାରେ ସେମାନେ ଦୁର୍ଘଟଣା ସ୍ଥଳକୁ ସଠିକ୍ ଭାବରେ ଯାଞ୍ଚ କରିବା ସହ ରାସ୍ତାରେ କିଛି ଅସୁବିଧା ଅଛି କି ନାହିଁ ତଦନ୍ତ କରିବେ । ଏହିପରି ଦୁର୍ଘଟଣା ଯେପରି ପୁନର୍ବାର ନହୁଏ ସେଥିପାଇଁ ପଦକ୍ଷେପ ନିଆଯିବ ।
ଦୁର୍ଘଟଣା ଘଟିବା ସମୟରେ ଲୋକମାନଙ୍କ ଚିତ୍କାରରେ ପୂରା ଅଞ୍ଚଳ ଫାଟି ପଡ଼ୁଥିଲା । ଲୋକମାନେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପହଞ୍ଚିଥିଲେ । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବା ପାଇଁ ୧୧୨ ଆମ୍ବୁଲାନ୍ସକୁ ଡକାଯାଇଥିଲା । ଅନ୍ୟପଟେ ପୋଲିସକୁ ସମ୍ପୃକ୍ତ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗି ପଡ଼ିଥିଲା । କିନ୍ତୁ ଯାତ୍ରୀମାନେ ଗୁରୁତର ଭାବେ ଆହତ ହୋଇଥିଲେ । ପୋଲିସ ଘଟଣାର ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ମିଳିଛି କି ଅଟୋରେ ୪ ଜଣ ଯାତ୍ରୀ ଥିଲେ । ସେହି ସମୟରେ ହିଁ ଅଟୋଟି ଏକ ବସ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋ ଡ୍ରାଇଭର ସମେତ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.