ରୋହିତ ଶର୍ମାଙ୍କ ଖେଳ ଖତମ ! ହାର୍ଦ୍ଦିକ ପାଣ୍ଡ୍ୟା ହେବେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ

ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ଯୁଗ ଶେଷ ! ୨୦୨୪ ଆଇପିଏଲ୍ (IPL 2024) ସଂସ୍କରଣ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ଭାବେ ନିଯୁକ୍ତ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏଥିସହ ବିଗତ ୧୦ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରହି ଆସିଥିବା ରୋହିତ ଶର୍ମାଙ୍କୁ କ୍ୟାପଟେନ ପଦରୁ ବାଦ୍ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ ।

ରୋହିତ ଗଲେ, ପାଣ୍ଡ୍ୟା ଆସିଲେ । ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ । ହାର୍ଦ୍ଦିକ ପାଣ୍ଡ୍ୟା ନୂଆ କ୍ୟାପ୍ଟେନ । ୨୦୨୪ ଆଇପିଏଲରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧରିବେ ଟିମର ମଙ୍ଗ। ବର୍ତ୍ତମାନ କ୍ୟାପ୍ଟେନ ଥିବା ରୋହିତ ଶର୍ମାଙ୍କ ପରିବର୍ତ୍ତେ ହାର୍ଦ୍ଦିକ ପାଣ୍ଡ୍ୟା ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ। ଆଇପିଏଲ୍ ନିଲାମୀ ପୂର୍ବରୁ ଏହି ବଡ ନିଷ୍ପତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ ।

ଭବିଷ୍ୟତରେ ଟିମ୍ କୁ ଆହୁରି ମଜୁବୁତ କରିବା ଲକ୍ଷ୍ୟ ରଖି ଏଭଳି ନିଷ୍ପତି ନିଆଯାଇଥିବା ଟିମ୍ ତରଫରୁ କୁହାଯାଇଛି । ଦୀର୍ଘ୧୦ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ଥିଲେ ରୋହିତ ଶର୍ମା । ୨୦୧୩ରେ କ୍ୟାପଟେନ ଭାବେ ମୁମ୍ବାଇ ଇଣ୍ଡିଆନ୍ସ କମାଣ ସମ୍ଭାଳିଥିଲେ ରୋହିତ । ୫ ଥର ଟିମକୁ ଚାମ୍ପିୟନ ମଧ୍ୟ କରାଇଛନ୍ତି । ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ଜିତିଥିଲା ରୋହିତଙ୍କ ଟିମ୍ । ଗତ ସିଜିନରେ ପ୍ଲେ ଅଫ ପର୍ଯ୍ୟନ୍ତ ପହଞ୍ଚଥିଲା ମୁମ୍ବାଇ ଇଣ୍ଡିଆନ୍ସ ।

ଦୀର୍ଘ ଦୁଇ ବର୍ଷ ପରେ ପୁଣି ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ଫେରିଛନ୍ତି ହାର୍ଦ୍ଦିକ । ହାର୍ଦ୍ଦିକ ପାଣ୍ଡ୍ୟା ଏହା ପୂର୍ବରୁ ଗୁଜୁରାଟ ଟାଇଟନ୍ସର କ୍ୟାପଟେନ ଥିଲେ । ୨୦୨୨ରେ ଗୁଜୁରାଟ ଟାଇଟନ୍ସ ଚାମ୍ପିୟନ ହୋଇଥିବା ବେଳେ ୨୦୨୩ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଫାଇନାଲ ହାରିଥିଲା । ଏବେ ରୋହିତଙ୍କ ଜାଗାରେ ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ନିଯୁକ୍ତି ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । MIର ଗ୍ଲୋବାଲ ହେଡ୍ ଅଫ୍ ପରଫର୍ମାନ୍ସ ମାହେଲା ଜୟବର୍ଦ୍ଧନେ କହିଛନ୍ତି, ଏହା ଉତ୍ତର ପିଢ଼ି ତିଆରି କରିବାରେ ଏକ ପ୍ରକ୍ରିୟା । ଆଗକୁ ଶକ୍ତିଶାଳୀ ଟିମ୍ ଗଠନ ପାଇଁ MI ପ୍ଲାନ୍ କରିଛି । ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ହରଭଜନ ସିଂହ ଏବଂ ରିକି ପଣ୍ଟିଂଙ୍କଠାରୁ ଆରମ୍ଭ କରି ରୋହିତ ଶର୍ମାଙ୍କ ପର୍ୟ୍ୟନ୍ତ ମହାନ ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ସଦୃଢ ଦଳରେ ପରିଣତ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.