ଚାରିଧାମ ଯାତ୍ରା ପାଇଁ ଖୁସି ଖବର, ୧୦ ମଇରେ ଖୋଲିବ ବାବା କେଦାରନାଥ ଧାମ କପାଟ

ବାବା କେଦାରନାଥ ଧାମଙ୍କ ଦ୍ୱାର ଖୋଲିବାର ତାରିଖ ଘୋଷଣା ହୋଇଛି । ଓମକେଶ୍ୱର ମନ୍ଦିରର ଉଖିମଠରେ ତାରିଖ ଘୋଷଣା କରାଯାଇଛି । ବାବା କେଦାରନାଥଙ୍କ କପାଟ ୧୦ ମଇ ସକାଳ ୭ଟାରୁ ବାବା କେଦାରଙ୍କ ଦ୍ୱାର ଖୋଲିବ ।

ଚାରିଧାମ ଯାତ୍ରା ପାଇଁ ଖୁସି ଖବର । ବାବା କେଦାରନାଥ ଧାମଙ୍କ ଦ୍ୱାର ଖୋଲିବାର ତାରିଖ ଘୋଷଣା ହୋଇଛି । ଓମକେଶ୍ୱର ମନ୍ଦିରର ଉଖିମଠରେ ତାରିଖ ଘୋଷଣା କରାଯାଇଛି । ବାବା କେଦାରନାଥଙ୍କ କପାଟ ୧୦ ମଇ ସକାଳ ୭ଟାରୁ ବାବା କେଦାରଙ୍କ ଦ୍ୱାର ଖୋଲିବ ।

ବାବା କେଦାରନାଥ ରାୱଲ ଏବଂ ଅନ୍ୟ ପୁରୋହିତଙ୍କ ଉପସ୍ଥିତିରେ ଶୁଭ ସମୟ ବାହାର କରାଯାଇଛି । ଏହି ଅବସରରେ ବଦ୍ରି କେଦାର କମିଟିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ମଧ୍ୟ ଉପସ୍ଥିତ ଥିଲେ । ଖବର ମୁତାବକ, ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି କହିଛନ୍ତି ଯେ, ପଞ୍ଚମୁଖୀ ଡୋଲି ମେ’ ୬ ତାରିଖରେ ଶ୍ରୀ କେଦାରନାଥ ଧାମ ଅଭିମୁଖେ ଯାତ୍ରା କରିବେ ଏବଂ ବିଭିନ୍ନ ଷ୍ଟପ ଦେଇ ଯିବା ପରେ ମେ ୯ ତାରିଖ ସନ୍ଧ୍ୟାରେ କେଦାରନାଥ ଧାମରେ ପହଞ୍ଚିବେ ।


ଆଜି ଦ୍ୱାର ଖୋଲିବାର ତାରିଖ ଆଜି ଶ୍ରୀ ଓମକେରେଶ୍ୱର ମନ୍ଦିରରେ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟଙ୍କ ଉପସ୍ଥିତିରେ ଆୟୋଜିତ ଏକ ଧାର୍ମିକ ସମାରୋହରେ ସ୍ଥିର ହୋଇଛି । ମହାଶିବରାତ୍ରୀ ଅବସରରେ ସକାଳ ୯ ଟାରୁ ଓମକେରେଶ୍ୱର ମନ୍ଦିର ଉଖିମଠରେ ଧାର୍ମିକ ରୀତିନୀତି ଆରମ୍ଭ ହୋଇଥିଲା ।

ସୂଚନାଯୋଗ୍ୟ, ଏହାପୂର୍ବରୁ ବୟସନ୍ତ ପଞ୍ଚମୀ ଅବସରରେ ବ୍ରଦିନାଥ ଧାମର କପାଟ ଖୋଲିବାର ତିଥି ଘୋଷଣା କରାଯାଇଥିଲା । ଏହାପରେ ପ୍ରଶାସନ ଚାରିଧାମ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତ ଆରମ୍ଭ କରିଛି । ଚାରିଧାମ ଯାତ୍ରା ମଧ୍ୟରେ ଶ୍ରଦ୍ଧାଳୁ ବାବା କେଦାରନାଥ ଧାମ ଦର୍ଶନ କରିବାକୁ ଯାଆନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.