ଜଘନ୍ୟ ହତ୍ୟାକାଣ୍ଡ, ନିଜ ପରିବାରର ୬ ଜଣଙ୍କୁ ହତ୍ୟା କଲା ଶ୍ରୀଲଙ୍କା ଛାତ୍ର

କାନାଡା ରାଜଧାନୀ ଓଟାଓ୍ଵାରେ ଶ୍ରୀଲଙ୍କାର ୧୯ ବର୍ଷୀୟ ଛାତ୍ର ନିଜ ସହିତ ରହୁଥିବା ୬ ଜଣ ଲୋକଙ୍କୁ ମାରି ହତ୍ୟା କରିଛି । ପୋଲି ଏହି ମାମଲାରେ ଛାତ୍ରଙ୍କୁ ଗିରଫ କରିଛି । ମୃତକଙ୍କ ମଧ୍ୟରେ ଶ୍ରୀଲଙ୍କା ପରିବାରର ୪ ଜଣ ପିଲା ସାମିଲ ରହିଥିଲେ ।

କାନାଡା ରାଜଧାନୀ ଓଟାଓ୍ଵାରେ ଛୁରୀ ଭୁସି ୬ ଜଣଙ୍କୁ ହତ୍ୟା । ସେଠାରେ ରହୁଥିବା ଶ୍ରୀଲଙ୍କାର ୧୯ ବର୍ଷୀୟ ଛାତ୍ର ନିଜ ପରିବାରର ୬ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଜଣାପଡିଛି । ଓଟାଓ୍ଵା ପୋଲିସ ଏହି ମାମଲାରେ ଛାତ୍ରଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, କାନାଡା ରାଜଧାନୀ ଓଟାଓ୍ଵାରେ ଶ୍ରୀଲଙ୍କାର ୧୯ ବର୍ଷୀୟ ଛାତ୍ର ନିଜ ସହିତ ରହୁଥିବା ୬ ଜଣ ଲୋକଙ୍କୁ ମାରି ହତ୍ୟା କରିଛି । ପୋଲି ଏହି ମାମଲାରେ ଛାତ୍ରଙ୍କୁ ଗିରଫ କରିଛି । ମୃତକଙ୍କ ମଧ୍ୟରେ ଶ୍ରୀଲଙ୍କା ପରିବାରର ୪ ଜଣ ପିଲା ସାମିଲ ରହିଥିଲେ । ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ପୋଲିସ କହିବା ମୁତାବକ, ଛାତ୍ର ଜଣକ ନିଜ ପରିବାରର ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ଅଭିଯୁକ୍ତ ଛାତ୍ର ନାମ ଫେବ୍ରିୟୋ ଡି ଜୋୟସା । ତେବେ ମୃତ୍ୟୁବରଣ କରିଥିବା ନାଗରିକ ଗତକିଛିଦିନ ତଳେ କାନାଡା ଆସିଥିଲେ । ମୃତକଙ୍କ ମଧ୍ୟରେ ଅଭିଯୁକ୍ତର ଜଣେ ମହିଳା, ତିନି ଜଣ ନାବାଳିକା, ଜଣେ ନାବାଳକ ଏବଂ ଜଣେ ୪୦ ବର୍ଷୀୟ ସଂପର୍କୀୟଙ୍କ ମୃତ୍ୟୁ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.