Below header

ଥମିବାର ନାଁ ନେଉନି ନିଜାମୁଦ୍ଦିନ ଫେରନ୍ତାଙ୍କ ଉତ୍ପାତ, ହସ୍ପିଟାଲ ଝରକା ଭାଙ୍ଗି ଫେରାର ହେଲେ କରୋନା ଆକ୍ରାନ୍ତ ଜମାତି

ଦେଶରେ କରୋନା ଭାଇରସ ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପନ୍ଥା ଗ୍ରହଣ କରୁଥିଲେ ମଧ୍ୟ କିଛି ଅବାଧ୍ୟ ତଥା ଅଭଦ୍ର ଲୋକଙ୍କ ଜିଦ୍ଦି ଯୋଗୁ ରୋଗ ବଢ଼ିବାରେ ଲାଗିଛି। ଖାସ କରି କିଛି ମୁସଲମାନ ବ୍ୟକ୍ତି ବିଶେଷଙ୍କ ଯୋଗୁ ଏହି ରୋଗ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଗପତରେ। ବାଗପତର ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ରୋଗୀ ମେଡିକାଲର ଝରକା ଭାଙ୍ଗି ଫେରାର ହୋଇଯାଇଛି।

Nizamuddin Markaz Coronavirus Case Know Everything About Tablighi ...

ଫେରାର ହୋଇଥିବା ବ୍ୟକ୍ତି ଜଣେ ନେପାଳୀ ଜମାତି ଓ ଗତ ୪ ଦିନ ହେଲା ଚିକିତ୍ସାଧୀନ ଥିଲେ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ ପୋଲିସରେ ଅଭିଯୋଗ ହେବା ପରେ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ପୋଲିସର ଏକ ସ୍ୱତନ୍ତ୍ର ଟିମ୍ କରୋନା ଆକ୍ରାନ୍ତଙ୍କୁ ଖୋଜୁଛି।

Markaz Nizamuddin event: Nationwide search for attendees ...

ସୂଚନାଯୋଗ୍ୟ ଯେ ଫେରାର ହୋଇଥିବା ଜମାତି ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ଯୋଗ ଦେଇ ୧୭ ଜମାତିଙ୍କ ସହ ମାର୍ଚ୍ଚ ୧୯ରେ ବାଗପତର ରାତୌଲ ଗାଁକୁ ଫେରିଥିଲେ। ଏଠାକାର ମସଜିଦରୁ ପୋଲିସ ତାଙ୍କୁ ଧରି କ୍ବାରେଣ୍ଟାଇନରେ ରଖିଥିଲେ। ପରୀକ୍ଷା ପରେ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା। ମାତ୍ର କ୍ବାରେଣ୍ଟାଇନରେ ରହିବା ପରିବର୍ତ୍ତେ ସେ ଫେରାର ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.