Below header

“Work from home” କୁ ନେଇ ଏକ ମଜାଦାର ପିକ ସେୟାର କଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ବଖାଣିଲେ ଘରୁ କାମ କରିବାର ଅନୁଭୁତି

କରୋନା ପ୍ରକୋପରୁ ରକ୍ଷା ପାଇବା ପାଇଁ ଏବେ ଦେଶ ବ୍ୟାପି ଲକ ଡାଉନ ପରିସ୍ଥିତି ଘୋଷଣା କରାଯାଇଛି । ଅଧିକାଂଶ କମ୍ପାନୀ ନିଜ ନିଜ କର୍ମଚାରୀ ମାନଙ୍କୁ ଦେଇଛନ୍ତି । ଲକ ଡାଉନ ସମୟରେ ଲୋକେ କିପରି ଭାବେ ର ମଜା ନେଉଛନ୍ତି ସେ ନେଇ କେତେ ଗୁଡିଏ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ମହିନ୍ଦ୍ର ଗୃପ ଅଫ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ବି ନିଜ ଟ୍ୱିଟର ହାଣ୍ଡଲରୁ ‘ୱାର୍କ ଫର୍ମ ହୋମ’ ସହ ଜଡିତ ଏକ ମଜାଦାର ଭିଡିଓକୁ ସମସ୍ତଙ୍କ ସହ ସେୟାର କରିଛନ୍ତି ।

ଆନନ୍ଦ ମହିନ୍ଦ୍ରା ଏକ ଫଟୋ ଟ୍ୱିଟ କରି ଥିବା ବେଳେ, ଫଟୋ ଟିର ଗୋଟେ ପଟେ ଏକ୍ସପେଟେସନ ଓ ଅନ୍ୟ ପଟେ ରିୟାଲିଟି ଲେଖାଯାଇଛି । ଏହି ଫଟୋ ଟିର ଏକ୍ସପେଟେସନ ଲେଖାଥିବା ପଟରେ ଜଣେ ବ୍ୟକ୍ତି କୋର୍ଟ ପ୍ୟାଣ୍ଟ ପିନ୍ଧି ଆରାମରେ ଘରେ ବସି କାମ କରୁଥିବା ବେଳେ, ରିୟାଲିଟି ପଟରେ ଜଣେ ବ୍ୟକ୍ତି ଲୁଙ୍ଗି ପିନ୍ଧି ରୋଷେଇ ଘରେ ଖାଦ୍ୟ ତିଆରି କରୁଥିବା ନଜର ଆସିଛନ୍ତି । ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବି ଏହି ଫଟୋ ଟିକୁ ସେୟାର କରି ଲେଖିଛନ୍ତିକି, ମୁଁ ବି ଏହାକୁ ସମ୍ପୂର୍ଣ ରୂପେ ସ୍ୱୀକାର କରୁଛି । ଅଫିସ କାମ ଘରେ କରୁଥିବା ବେଳେ ମୁଁ ବି ଅଧିକାଂଶ ସମୟରେ ଲୁଙ୍ଗି ପିନ୍ଧି ହିଁ ଅଧିକାଂଶ ମିଟିଂ ଆଟେଣ୍ଡ କରୁଛି ।

କିନ୍ତୁ ମିଟିଙ୍ଗ ସମୟରେ ଯେମିତି ଠିଆ ହେବାକୁ ନପଡେ଼ ସେ ନେଇ ମୁଁ ବିଶେଷ ଭାବେ ଧ୍ୟାନ ଦେଇଥାଏ । ଏହି ଫନି ପୋଷ୍ଟ ଟିକୁ ଏଯାବତ ୧୯,୦୦୦ ରୁ ଅଧିକ ଲାଇକ୍ସ ମିଳିସାରିଥିବା ବେଳେ ଲକ୍ଷେ ପାଖାପାଖି ରିଆକ୍ସନ ବି ଆସି ସାରିଲାଣି । ଭାରତରେ ୨୧ ଦିନ ବ୍ୟାପି ଲକ ଡାଉନ ପରିସ୍ଥିତି ଘୋଷିତ ହୋଇଥିଲେ ମଧ୍ୟ କରୋନା ପ୍ରାଦୁର୍ଭାବ ଏପର୍ଯ୍ୟନ୍ତ କମିନାହିଁ । ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାରି କରି ସାରିଲାଣି । ଏଭିତରେ ୧୧୯ ଜଣଙ୍କ ମୃତ୍ୟୁ ବି ହୋଇସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.