ବଢ଼ିପାରେ ଲକଡାଉନ ଅବଧି, ମାତ୍ର ବାଦ୍ ପଡ଼ିବେ ଏସବୁ ଅଞ୍ଚଳ; ବିଚାର କରୁଛନ୍ତି ମୋଦି ସରକାର

ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ କରାଯାଇଥିଲେ ମଧ୍ୟ ତବଲିଗି ଜମାତ ସହ ଜଡ଼ିତ ଲୋକମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ଆଶଙ୍କା କ୍ରମଶଃ ବଢ଼ିବାରେ ଲାଗିଛି। ଦେଶରେ ଦିନକୁ ଦିନ ବଢ଼ୁଥିବା କରୋନା ଭାଇରସର ମାମଲାକୁ ଦେଖି ସରକାର ୨୧ ଦିନର ଲକଡାଉନ ଅବଧିକୁ ବଢ଼ାଇ ପାରନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସଙ୍କେତ ଦେଇ କହିଥିଲେ ଯେ କରୋନା ବିପକ୍ଷରେ ଏହି ଲଢ଼େଇ ବହୁତ ଲମ୍ବା ଚାଲିପାରେ।

Modi's mission for ministers: Identify 10 key decisions and ...

ରିପୋର୍ଟ ମୁତାବକ ସାରା ଦେଶରେ ନୁହେଁ ସରକାର କେବଳ କରୋନା ହଟସ୍ପଟ ଅଞ୍ଚଳରେ ହିଁ ଲକଡାଉନ କରିବାକୁ ଚିନ୍ତା କରୁଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶରେ ମୋଟ ୨୦ଟି ଭାଇରସ ହଟସ୍ପଟ ଅଞ୍ଚଳ ଚିହ୍ନିତ କରିଥିବା ବେଳେ ୨୨ ଟିକୁ ଚିହ୍ନଟ କରିବା ଆଶଙ୍କା ରହିଛି। ଏନେଇ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସମସ୍ତଙ୍କ ସହଯୋଗରେ ହିଁ ଏହି ରୋଗକୁ ଦୂରେଇ ହେବ ବୋଲି ମୋଦି କହିଛନ୍ତି। ଏନେଇ ଯୋଜନା ମଧ୍ୟ ପ୍ରସ୍ତୁତ ହେଉଛି। ଆବଶ୍ୟକ ହେଲେ କିଛି ଅଞ୍ଚଳରେ ୧୪୪ ଧାରା ମଧ୍ୟ ଲାଗୁ ହୋଇପାରେ।

Fact Check: Fake WHO's warning of lockdown in India goes viral ...

ସରକାରଙ୍କ କହିବାନୁସାରେ ଲକଡାଉନ ଯୋଗୁ କରୋନା ଭାଇରସକୁ କଣ୍ଟ୍ରୋଲ କରିବା ସହଜ ହେଉଛି। କିନ୍ତୁ ଏହି କାରଣରୁ ଲୋକଙ୍କ ଆର୍ଥିକ ସମସ୍ୟା ତଥା ଦେଶର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହେଉଛି। ଅର୍ଥାତ ଯଦି ଲକଡାଉନକୁ ୩୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଏ ତେବେ ଦେଶର ପ୍ରାୟ ୨୫୦ ବିଲିୟନ ଡଲାର କ୍ଷତି ହେବ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଲକଡାଉନକୁ ଲାଗୁ କରିବା ଯେତିକି କଷ୍ଟକର ଥିଲା ଏଥିରୁ ବାହାରିବା ବି ସେତିକି କଠିନ। ତଥାପି ଦେଶର ଅର୍ଥନୀତିକୁ ବୃଦ୍ଧି କରିବାକୁ ସରକାର ସବୁ ପ୍ରକାରର ଚେଷ୍ଟା ଚଳାଇଛନ୍ତି। ଏଣୁ ଯେଉଁ ଅଞ୍ଚଳରେ କରୋନା ସଂକ୍ରମଣ କମ ଅଛି ବା ଆଦୌ ନାହିଁ ସେଠାରେ ଲକଡାଉନ ଉଠାଇବାକୁ ଯୋଜନା ହେଉଛି। ଏହା ଫଳରେ ଦୋକାନ ବଜାର ଖୋଲିବ ଓ ଲୋକଙ୍କ ହାତକୁ ଟଙ୍କା ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.