ଦିଲ୍ଲୀ ପରେ ମୁମ୍ବାଇରେ ସିଲ୍‍ ହେଲା ଆଉ ଏକ ହସ୍‍ପିଟାଲ, ଡାକ୍ତରଙ୍କ ସମେତ ୫୪ ନର୍ସିଂ ଷ୍ଟାପ୍‍ କରୋନାରେ ସଂକ୍ରମିତ

ଦେଶରେ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି । ଏଥିପାଇଁ ସରକାର ଦେଶକୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଲକ୍‍ଡାଉନ କରିଛନ୍ତି । କିନ୍ତୁ ଭାରତରେ ଏହି ସଂକ୍ରମଣରେ ସବୁଠାରୁ ଅଧିକ ପ୍ରଭାବିତ ସହର ହେଉଛି ମୁମ୍ବାଇ । କରୋନା କବଳରୁ ଏବେ ସ୍ୱାସ୍ଥ୍ୟକର୍ମୀ, ହସପିଟାଲ କର୍ମଚାରୀ ମଧ୍ୟ ନିଜକୁ ରକ୍ଷା କରିପାରୁନାହାନ୍ତି । ସଚେତନ ଥିଲେ ମଧ୍ୟ କରୋନା ସମସ୍ତଙ୍କୁ କବଳିତ କରିନେଉଛି । ଦିଲ୍ଲୀରେ ଏକ ସରକାରୀ ହସପିଟାଲ ଡାକ୍ତର ଏବଂ ୧୦୮ ନର୍ସଙ୍କ କରୋନା ପଜେଟିଭ ରିପୋର୍ଟ ମିଳିବା ପରେ ହସପିଟାଲ ବନ୍ଦ କରିଦିଆଯାଇଥିଲା । ଏବେ ଏପରି ଏକ ମାମଲା ମୁମ୍ବାଇରେ ଦେଖିବାକୁ ମିଳିଛି ।

posotive

ମୁମ୍ବାଇର ପ୍ରସିଦ୍ଧ ୱୋକାର୍ଡ ହସପିଟାଲରେ ୩ ଜଣ ଡାକ୍ତରଙ୍କ ସମେତ ୫୪ ଜଣ ନର୍ସିଂ ଷ୍ଟାପ୍‍ କରୋନା ପଜେଟିଭ ହୋଇଥିବା ସୂଚନା ମିଳିଛି । ଏବେ ବି ଆଉ ଅନେକ ରିପୋର୍ଟ ସାମ୍ନାକୁ ଆସିବାକୁ ବାକି ରହିଛି । ତେବେ ସୁରକ୍ଷା ଦୃଷ୍ଟିରୁ ହସପିଟାଲକୁ ସଂପୂର୍ଣ୍ଣ ଭାବେ ସିଲ୍‍ କରିଦିଆଯାଇଛି । ସେଠାରେ ଥିବା ଷ୍ଟାଫମାନଙ୍କୁ ହସପିଟାଲରେ ହିଁ କ୍ୱାରେଣ୍ଟାଇନରେ ରଖାଯାଇଛି । ହସପିଟାଲ ଭିତରକୁ କିମ୍ବା ବାହାରକୁ ଯିବା ପାଇଁ କାହାକୁ ଅନୁମତି ଦିଆଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.