୪୦ ବଦଳରେ ୩୦୦, ମାତ୍ର ୯୦ ସେକେଣ୍ଡରେ ଭାରତୀୟ ବାୟୁସେନା ପୁରା କରିଥିଲା ବାଲାକୋଟ୍ ମିଶନ୍

ମନରୁ ଲିଭିନି ସେହି ୧୪ ଫେବ୍ରୁଆରୀ । ଯେଉଁଦିନ ହୋଇଥିଲା ପୁଲଓ୍ଵାମା ବିସ୍ଫୋରଣ । ଆଉ ଯେଉଁଦିନ ଦେଶ ହରାଇଥିଲା ୪୦ ବୀରପୁତ୍ରଙ୍କୁ । ତେବେ ୧୨ ଦିନ ଧରି ଜଳୁଥିବା ପ୍ରତିଶୋଧର ନିଆଁକୁ ଆତଙ୍କବାଦୀଙ୍କ ରକ୍ତରେ ଥଣ୍ଡା କରିଥିଲେ ଭାରତୀୟ ବାୟୁସେନା । ୪୦ ବଦଳରେ ୩୦୦ । ୨୬ ଫେବ୍ରୁଆରୀରେ ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତ । ଦେଶର ୪୦ ବୀର ଯବାନଙ୍କ ଜୀବନ ନେଇଥିଲା ପୁଲଓ୍ଵାମା ଆକ୍ରମଣ । ଆଉ ପ୍ରତିବଦଳରେ ପାକିସ୍ତାନରେ ପଶି ୩୦୦ ଆତଙ୍କୀଙ୍କୁ ସଫା କରିଆସିଲା ଭାରତ ।

ତେବେ ଆତଙ୍କୀଙ୍କ କ୍ୟାମ୍ପକୁ ନଷ୍ଟ କରିବା ପାଇଁ ସେନାକୁ ଲାଗିଥିଲା ମାତ୍ର ୯୦ ସେକେଣ୍ଡ ସମୟ । ଅର୍ଥାତ୍ ମାତ୍ର ଦେଢ ମିନିଟରେ ହିଁ ଜୈଶ୍ – ଏ – ମହମ୍ମଦର ୩୦୦ ଆତଙ୍କବାଦୀଙ୍କ କାମ ତମାମ୍ କରିଥିଲେ ଭାରତୀୟ ବାୟୁସେନା । ଧ୍ୱଂସ ହୋଇଥିଲା ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଓ ଲଞ୍ଚ ପ୍ୟାଡ୍‌।

ଏହା ସହ ପଢନ୍ତୁ ପୂରା ହେଲା ପ୍ରତିଶୋଧ, ଗୋଟି ଗୋଟି କରି ୧୦୦ ଦିନରେ ପୁଲଓ୍ଵାମା ପାପୀଙ୍କୁ ଏମିତି ଶିକାର କଲେ ଭାରତୀୟ ସେନା

୪୮ ବର୍ଷରେ ପ୍ରଥମ ଥର ଏଲଓସି ପାର୍ କରିଥିଲା ୧୨ଟି ମିରାଜ ୨୦୦୦ ଲଢୁଆ ଯୁଦ୍ଧ ବିମାନ । ଜଣେ ପାଇଲଟଙ୍କ କହିବା ଅନୁଯାୟୀ କେବଳ ୯୦ ସେକେଣ୍ଡେ ଲାଗିଥିଲା ବମ୍ ପକାଇ ଫେରିଆସିବାକୁ । ଏହା ସହ ପାଇଲଟ୍ ଜଣକ କହିଥିଲେ କାହାକୁ ବି ଏହି ଏୟାରଷ୍ଟ୍ରାଇକ୍ ବିଷୟରେ ଜଣା ନଥିଲା । ଏପରିକି ସେମାନଙ୍କ ପରିବାର ଲୋକ ମଧ୍ୟ ଜାଣିପାରିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.