Below header

ବିବାହ ପରେ ପ୍ରଥମ ଥର ମଥାରେ ସିନ୍ଦୁର, ହାତରେ ମେହେନ୍ଦି ଲଗାଇ ଲୋକସଭାରେ ପହଞ୍ଚିଥିଲେ ଟିଏମ୍ସି ସାଂସଦ ନୂସରତ ଜାହାଁ

ନୂଆଦିଲ୍ଲୀ(କେନ୍ୟୁଜ୍): ବଙ୍ଗାଳୀ ଅଭିନେତ୍ରୀ ନୂସରତ୍ ଜାହାନ୍ ଲୋକସଭା ନିର୍ବାଚନ ଜିତିବା ପରେ ତୁରନ୍ତ ବୟଫ୍ରେଣ୍ଡ ନିଖିଲ୍ ଜୈନଙ୍କ ସହିତ ଜୁନ୍ ୧୯ ତାରିଖରେ ବିବାହ କରିଥିଲେ । ବିବାହ ପରେ ସେ ଏବେ ଭାରତ ଫେରି ଆସିଛନ୍ତି । ଭାରତ ଆସିବା ପରେ ନୁସରତ୍ ସାଂସଦ ପଦରେ ଶପଥ ନେବା ପାଇଁ ଲୋକସଭା ପହଁଚିଥିଲେ । ବିବାହ ପରେ ପ୍ରଥମ ଥର ମଥାରେ ସିନ୍ଦୁର, ହାତରେ ମେହେନ୍ଦି ଲଗାଇ ଲୋକସଭାରେ ପହଞ୍ଚିଥିଲେ ନବ ନିର୍ବାଚିତ ଟିଏମ୍ସି ସାଂସଦ ନୂସରତ ଜାହାଁ ।

mimiଶପଥ ନେବା ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ନୂସରତଙ୍କ ସହ ତାଙ୍କ ସାଙ୍ଗ ତଥା ନବ ନିର୍ବାଚିତ ଟିଏମ୍ସି ସାଂସଦ ମିମି ଚର୍କବର୍ତ୍ତୀ ମଧ୍ୟ ଆଜି ଶପଥ ନେଇଥିଲେ । ମିମି ମଧ୍ୟ ଶପଥ ନେବା ପରେ ବାଚସ୍ପତି ଓମ୍ ବିର୍ଲାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ନୂସରତ ଓ ମିମି ବଙ୍ଗଳାର ଲୋକପ୍ରିୟ ଅଭିନେତ୍ରୀ ଭାବେ ବେସ୍ ପରିଚୟ ଲାଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.