ବରାଦର ବନ୍ଦୀ ! ଘୋର ସଙ୍କଟ ଦେଇ ଗତି କରୁଛି ତାଲିବାନ

କାବୁଲ : ଘୋର ସଙ୍କଟ ଦେଇ ଗତି କରୁଛି ତାଲିବାନ ନେତୃତ୍ୱ । ତାଲିବାନ ମୁଖ୍ୟଙ୍କ ପତ୍ତା ମିଳୁନି । ଯାହାକୁ ଶାସନ ମୁଖ୍ୟ କରାଯାଇଛି, ତାଙ୍କର କୌଣସି କ୍ଷମତା ନାହିଁ । ଯେଉଁ ତାଲିବାନ ନେତା ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା, ତାଙ୍କୁ ଏବେ ବନ୍ଦୀ କରାଯାଇଛି । ଏବେ ଆଫଗାନ ଶାସନର ନିୟନ୍ତ୍ରଣ ସମ୍ପୂର୍ଣ୍ଣ ରୂପେ ପାକିସ୍ତାନ ହାତକୁ ଚାଲିଯାଇଛି । ବିଭିନ୍ନ ପର୍ଯ୍ୟାୟ ଆଲୋଚନା ପରେ ସରକାର ଗଠନ ଘୋଷଣା କରିଥିଲେ । କିନ୍ତୁ ସରକାର ଗଠନକୁ ନେଇ ତାଲିବାନ ଭିତରେ ଗୋଷ୍ଠୀ ବିବାଦ ଭୟଙ୍କର ରୂପ ଧାରଣ କରିଛି । ଗୋଟିଏ ଗୋଷ୍ଠୀର ନେତୃତ୍ୱ ମୁଲ୍ଲା ବରାଦର ନେଉଥିବା ବେଳେ କଠୋରପନ୍ଥୀ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ହକ୍କାନୀ ଗୋଷ୍ଠୀ ।

ସରକାର ଗଠନ ନେଇ କାନ୍ଦାହାରରେ ଆଲୋଚନା ଚାଲିଥିବା ବେଳେ ବରାଦର ଓ ହକ୍କାନୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ହକ୍କାନୀ ଗୋଷ୍ଠୀବରାଦରଙ୍କୁ ଆକ୍ରମଣ କରାଯାଇଥିବା କୁହାଯାଉଛି । ପରେ ବରାଦରଙ୍କୁ ବନ୍ଦୀ କରାଯାଇଥିବା ସୂଚନା ମିଳିଛି । ସେହିଭଳି ମୁଲ୍ଲା ହୁସେନ ଅଖୁନ୍ଦଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଛି । ହେଲେ ତାଙ୍କୁ କୌଣସି କ୍ଷମତା ମିଳିନାହିଁ । ସବୁ କ୍ଷମତା ଉପଭୋଗ କରୁଛନ୍ତି ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନୀ । ଅନ୍ୟପଟେ ଗତକାଲି କାବୁଲରେ ପ୍ରଧାନମନ୍ତ୍ରୀ ମୁଲ୍ଲା ହୁସେନ ଅଖୁନ୍ଦଙ୍କୁ ଭେଟିଥିଲେ WHO ମୁଖ୍ୟ । ବୈଠକରେ ବରାଦର ଉପସ୍ଥିତ ଥିବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ତେବେ ଏହା ଏକ ଚାଲ ବୋଲି କୁହାଯାଉଛି । ଲୋକଙ୍କୁ ଦେଖାଇବା ପାଇଁ ଏହି ଫଟୋ ଜାରି ହୋଇନି ତ ?

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.