ମଙ୍କିପକ୍ସ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ, ପ୍ରଥମ କରି ୨୧ ଦିନ କ୍ୱାରେଣ୍ଟାଇନ ଲାଗୁ କଲା କେଉଁ ଦେଶ ଜାଣନ୍ତୁ

ମଙ୍କିପକ୍ସ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ। ପ୍ରଥମ ଦେଶ ଭାବେ ବେଲଜିୟମ ଲାଗୁ କରିଛି ବାଧ୍ୟତାମୂଳକ କ୍ୱାରେଣ୍ଟାଇନ। ମଙ୍କିପକ୍ସ ପଜିଟିଭ ଚିହ୍ନଟ ହେଲେ ୨୧ ଦିନ କ୍ୱାରେଣ୍ଟାଇନ ରହିବାକୁ ନିୟମ ଲାଗୁ କରିଛି ବେଲଜିୟମ। ଏବେ ସୁଦ୍ଧା ୧୪ ଦେଶରେ ମଙ୍କିପକ୍ସ କେସ ଚିହ୍ନଟ ହୋଇଛି।

ବ୍ରିଟେନରେ ଏହା ଦିନକୁ ଦିନକୁ ବଢିବାରେ ଲାଗିଛି। ପଶ୍ଚିମ ଓ ମଧ୍ୟ ଆଫ୍ରିକାରୁ ଆରମ୍ଭ ହୋଇଥିବା ମଙ୍କିପକ୍ସ ୧୪ଟି ଦେଶକୁ ବ୍ୟାପିଲାଣି। ବ୍ରିଟେନ୍‌, ସ୍ପେନ୍‌, ପର୍ତ୍ତୁଗାଲ୍‌, ଜର୍ମାନୀ, ବେଲଜିୟମ୍‌, ଫ୍ରାନ୍ସ, ନେଦରଲାଣ୍ଡ, ଇଟାଲୀ, ସ୍ୱିଡେନ୍‌କୁ ବ୍ୟାପିଲାଣି ଭୂତାଣୁ । ସେହିପରି ଆମେରିକା, କାନାଡ଼ା ଓ ଅଷ୍ଟ୍ରେଲିଆ ସମେତ ୯ଟି ୟୁରୋପୀୟ ରାଷ୍ଟ୍ରରେ ମଙ୍କିପକ୍ସ ମାଡିଚାଲିଛି । ତେବେ ଏ ପର୍ଯ୍ୟନ୍ତ ଏଥିରେ କେହି ମୃତାହତ ହୋଇନାହାଁନ୍ତି । ବ୍ରଟେନ, ପର୍ତ୍ତୁଗାଲ୍‌ ଓ ସ୍ପେନରେ ପରିସ୍ଥିତି ଉଦବେଗଜନକ ରହିଛି । ନୂଆ ଜାଗାକୁ ମାଡୁଥିବାରୁ ଚିନ୍ତା ବଢିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.