ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚରେ ନଜର ଆସିଲେ ଈଶାନ କିଶନଙ୍କ ଗାର୍ଲଫ୍ରେଣ୍ଡ ଅଦିତି, ଫଟୋ ଦେଖି ଫ୍ୟାନ୍ସ ହେଲେ ପାଗଳ

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚାଲିଥିବା ମ୍ୟାଚରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପୁଣି ଜଣେ ମିଷ୍ଟ୍ରି ଗାର୍ଲ। ମୁମ୍ବାଇର ଓ୍ଵାଙ୍ଖେଡ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ ଦେଖିବାକୁ ଆସିଥିବା ମିଷ୍ଟ୍ରି ଗାର୍ଲଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରଲ ମଧ୍ୟ ହୋଇଥିଲା। ଫଳରେ ଏହି ଯୁବତୀ ଜଣକ ଇଣ୍ଟରନେଟ ସେନସେସନ ପାଲଟିଯାଇଥିଲେ।

ମ୍ୟାଚ ସମୟରେ କ୍ୟାମେରା ଫୋକସରେ ରହିଥିଲେ ମିଷ୍ଟ୍ରି ଗାର୍ଲ। ସୋସିଆଲ ମିଡିଆରେ ମିଷ୍ଟ୍ରି ଗାର୍ଲଙ୍କ ଫଟୋ ଭାଇରଲ ହୋଇଥିଲା। ଯୁବତୀ ଜଣକ ମ୍ୟାଚକୁ ନେଇ ବିଭିନ୍ନ ପ୍ରକାର ରିଆକ୍ସନ ଦେଉଥିଲେ। ଯାହା ଚର୍ଚ୍ଚାକୁ ଆସିଥିଲା।

ସୋସିଆଲ ମିଡିଆରେ ଯେଉଁ ଯୁବତୀଙ୍କ ଫଟୋ ଭାଇରଲ ହେଲା, ଫ୍ୟାନ୍ସ ଯୁବତୀଙ୍କୁ ଜାଣିବା ପାଇଁ ଉତ୍ସୁକତାର ସହିତ ଚାହିଁବସିଲେ। କିନ୍ତୁ ଯୁବତୀ ଜଣକ ଆଉ କେହି ନୁହଁନ୍ତି ବରଂ ମୁମ୍ବାଇ ଇଣ୍ଡିଆନ୍ସର ଜବରଦସ୍ତ ବ୍ୟାଟର ଈଶାନ କିଶନଙ୍କ ଗାର୍ଲଫ୍ରେଣ୍ଡ ଅଦିତି ହୁଣ୍ଡିଆ ବୋଲି ଜଣାପଡିଥିଲା। ଯିଏ ଈଶାନଙ୍କୁ ସପୋର୍ଟ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ।

ଈଶାନ କିଶନଙ୍କ ଗାର୍ଲଫ୍ରେଣ୍ଡ ଅଦିତି ପେଶାରେ ଜଣେ ମଡେଲ। ସେ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ଅଦିତି ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠପଢା ସାରିବା ପରେ ସେଣ୍ଟ ଜାଭିଅର କଲେଜରେ ବିଜନେସ ଆଡମିନିଷ୍ଟ୍ରେସନ ପାଠ ପଢିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.