କାମନାରେ ଅନ୍ଧ . . . ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ହଜାରେ ଭଉଣୀଙ୍କ ଭାଇ

ଥିଲା ସେ ହଜାରେ ଭଉଣୀଙ୍କ ଭାଇ । ଆଉ ସାମୁହିକ ରକ୍ଷାବନ୍ଧନ କରି ହଜାରେ ଯୁବତୀଙ୍କଠୁ ପିନ୍ଧିଥିଲା ରାକ୍ଷୀ । ହେଲେ ହଜାରେ ଭଉଣୀଙ୍କ ସେହି ଭାଇ ଆଜି ଭୁଲିଯାଇଛି ଝିଅଙ୍କ ଇଜ୍ଜତ । ଆଉ ନିଜ କାମନାରେ ଅନ୍ଧ ହୋଇ ଗୋଟିଏ ୧୧ ବର୍ଷର ନାବାଳିକାକୁ କରିଛି ଦୁଷ୍କର୍ମ । ଅଭିଯୁକ୍ତ ଜଣକ ହେଉଛି ଭୋପାଳରେ ରାଜେନ୍ଦ୍ର ସିଂହ ।

ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପୋଲିସକୁ ମିଳିଥିଲା ଏକ ଅଜଣା ଚିଠି । ଚିଠିରେ ରାଜେନ୍ଦ୍ର ଦୁଷ୍କର୍ମକାରୀ କୁହାଯିବା ସହ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଥିଲା । ଆଉ ଚିଠି ପାଇବା ପରେ ପୀଡିତାଙ୍କୁ ଭେଟି ସତ ଜାଣିବାକୁ ପାଇଥିଲା ପୋଲିସ୍ । ଏହାପରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ଏହା ସହ ପଢନ୍ତୁ ଭଲ ପାଠ ପଢ଼ିବା ହେଲା କାଳ ! ଭଉଣୀ ପ୍ରତି ଈର୍ଷାରେ ଭାଇମାନେ କରୁଥିଲେ ଏଭଳି ଜଘନ୍ୟ କାଣ୍ଡ, ଜାଣିଲେ ଲୋମ ଉଠିବ ଟାଙ୍କୁରି

ତେବେ ଅଭିଯୁକ୍ତ ଗିରଫ ହେବା ପରେ ସାମ୍ନାକୁ ଆସିଥିଲା ସାଂଘାତିକ ତଥ୍ୟ । ପ୍ରାୟ ବର୍ଷେ ହେବ ପୀଡିତାକୁ ଯୌନ ଶୋଷଣ କରୁଥିଲା ରାଜେନ୍ଦ୍ର । ଆଉ ଘଟଣା କାହା ସାମ୍ନାରେ କହିଲେ ପୀଡିତାର ମାକୁ ମାରିଦେବାର ଧମକ ମଧ୍ୟ ଦେଉଥିଲା । ଆଉ ଏକ ବଡ଼ କଥା ହେଉଛି ଅଭିଯୁକ୍ତ ରାଜେନ୍ଦ୍ର ଅନେକ ଦିନ ଧରି ବିଜେପିରେ କାମ କରୁଥିଲେ । ତେବେ ବିଧାନସଭା ନିର୍ବାଚନ ସମୟରେ ଦଳବିରୋଧୀ କାର‌୍ୟ୍ୟକଳାପ ଦେଖି ରାଜେନ୍ଦ୍ରକୁ ପାର୍ଟିରୁ ବହିଷ୍କାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.