ଭୁବନେଶ୍ବରରୁ କାର୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ୍

ଭୁବନେଶ୍ୱର (କେନ୍ୟୁଜ୍) : କମିଶନରେଟ୍ ପୋଲିସକୁ ବଡ଼ ସଫଳତା। ଭୁବନେଶ୍ୱରରୁ କାର୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ୍। ଗିରଫ ହୋଇଛନ୍ତି ୪ ଲୁଟେରା। ସେମାନଙ୍କଠାରୁ ୩ଟି କାର୍, ୨ଟି ବାଇକ୍ ଜବତ ହୋଇଛି। ଏମାନେ ଭୁବନେଶ୍ୱର, କଟକ ଓ ଆଠଗଡ଼ ଅଞ୍ଚଳରୁ କାର ଲୁଟ କରିଥିବା ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏମାନଙ୍କ ନାଁରେ ମାମଲା ରହିଛି। ଦାମୀ ଗାଡ଼ିକୁ ୩୦ରୁ ୪୦ ହଜାର ଟଙ୍କାରେ ବିକ୍ରି କରୁଥିଲେ। ତେବେ ଗ୍ୟାଙ୍ଗର ୪ ଜଣ ଗିରଫ ହୋଇଥିବା ବେଳେ ଆଉକିଛି ଅଭିଯୁକ୍ତ ଫେରାର ଅଛନ୍ତି। ନୟାପଲ୍ଲୀ ଅଞ୍ଚଳରୁ ଗତ ମାସ ୮ ତାରିଖରେ ଜଣେ ବ୍ୟବସାୟୀଙ୍କଠାରୁ ଇନୋଭା କାର୍ ଲୁଟ୍ କରିଥିବା ବେଳେ ସହିଦନଗରଠାରେ ପୋଲିସକୁ ଦେଖି ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ତେବେ ଲୁଟେରା ମାନେ ବ୍ୟବହାର କରୁଥିବା ଗାଡ଼ିଟି ଫୁଲବାଣୀରୁ ଲୁଟ୍ କରିଥିଲେ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.