ବିହାରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ ନା ପୁଣି ଥରେ ଶାସନ ଗାଦିରେ ବସିବେ ନୀତୀଶ କୁମାର, ଚାଲିଛି ଭୋଟ୍‌ ଗଣତି

ବିହାର: ବିହାରରେ କିଏ ଗଢ଼ିବ ସରକାର ? ବିହାରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ ନା ପୁଣି ଥରେ ଶାସନ ଗାଦିରେ ବସିବେ ନୀତୀଶ କୁମାର । ୨୪୩ ଆସନ ବିଶିଷ୍ଟ ବିଧାନସଭା ପାଇଁ ଚାଲିଛି ଭୋଟ୍‌ ଗଣତି । ୩୮ଟି ଜିଲ୍ଲାର ୫୫ଟି କାଉଣ୍ଟିଂ ସେଣ୍ଟରରେ ଭୋଟ୍‌ ଗଣତି କରାଯାଉଛି । ୫୫ଟି ସେଣ୍ଟରରେ ୧ ଲକ୍ଷ ୬ ହଜାର ୫୨୪ଟି ଇଭିଏମ୍‌ ବିଭିନ୍ନ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି ।

ଆଜି ୩ ହଜାର ୫୫୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏମାନଙ୍କ ମଧ୍ୟରେ ଅଛନ୍ତି ୩୭୦ ଜଣ ମହିଳା ପ୍ରାର୍ଥୀ । ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଯାଇଛି । ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତିନିଟି ପର୍ଯ୍ୟାୟରେ ବିହାର ବିଧାନସଭା ପାଇଁ ଭୋଟ୍‌ ନିଆଯାଇଛି । ଅକ୍ଟୋବର ୨୮, ନଭେମ୍ବର ୩ ଓ ନଭେମ୍ବର ୭ ତାରିଖରେ ଭୋଟ୍‌ ଗ୍ରହଣ ହୋଇଥିଲା ।

କରୋନା କଟକଣା ମଧ୍ୟରେ ଦେଶରେ ପ୍ରଥମ ଥର ନିର୍ବାଚନ ହୋଇଛି । ଅଧିକାଂଶ ଏକ୍‌ଜିଟ ପୋଲରେ କଡା ଟକ୍କର ଦେଖିବାକୁ ମିଳିଛି । ଆଗରେ ରହିଛି ମହାମେଣ୍ଟ, ପଛରେ ଏନଡିଏ । ଏହାକୁ ନେଇ ଉତ୍ସାହିତ ତେଜସ୍ୱୀ କ୍ୟାମ୍ପ । ମହାମେଣ୍ଟକୁ ବହୁମତ ମିଳିଲେ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.