ପୁଣି ସୀମା ଲଙ୍ଘିଲା ଅମାନୁଷିକତା, ଦିଲ୍ଲୀ ଓ ନାଗପୁର ପରେ ପାଟନାରେ ବୁଲା କୁକୁର ସହିତ ଦୁଷ୍କର୍ମ

ଛି… ଏ ମଣିଷ ! ଆଜିକାଲି ସବୁ ସୀମା ପାର କରୁଛି । ବୁଲା କୁକୁରକୁ ଦୁଷ୍କର୍ମ କରି ଗିରଫ ହେଲେ ପାଟନାର ଜଣେ ବ୍ୟକ୍ତି । ଏନଜିଓ ପକ୍ଷରୁ ଥାନାରେ ଏତଲା ପରେ ପୋଲିସ କଲା ଗିରଫ ।

ଅମାନୁଷିକତାର ସବୁ ସୀମା ପାର । ବିହାରର ପାଟନାରେ ଘଟିଛି ଏମିତି ଲଜ୍ୟାଜନକ ଘଟଣା, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ପାଟନାରେ ଜଣେ ବ୍ୟକ୍ତି ବୁଲା କୁକୁର ସହିତ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି। ମାର୍ଚ୍ଚ ୮ରେ ହୋଲି ଦିନ ଏଭଳି କାଣ୍ଡ ଘଟିଥିଲା । ଯାହାକୁ ନେଇ ଏନଜିଓ ପକ୍ଷରୁ ଫୁଲଓ୍ଵାରୀ ସରିଫ ଥାନାରେ ମାମଲା ରୁଜୁ କରାଯାଇଥିଲା ।

ଏହାର ସିସିଟିଭି ଫୁଟେଜ ମିଳିଛି। ଯେଉଁଥିରେ ଜଣେ ଅଜଣା ବ୍ୟକ୍ତି କୁକୁର ସହିତ ଦୁଷ୍କର୍ମ କରୁଥିବାର ନଜର ଆସିଛନ୍ତି। ଏଥିପାଇଁ ଫୁଲଓ୍ଵାରୀ ପୋଲିସ ଷ୍ଟେସନରେ ଏନଜିଓ ପକ୍ଷରୁ ମାମଲା ରୁଜୁ କରାଯାଇଛି ।
ଆପଣ ସବୁବେଳେ କୁକୁର କାମୁଡିବା ଭୋକିବା ଘଟଣା ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ । ହେଲେ ଏଭଳି ଘଟଣା ବିଷୟରେ ଜାଣିବା ପରେ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ ।

ସୂଚନାଯୋଗ୍ୟ, ନାଗପୁର ହୁଡକେଶ୍ୱର ଅଞ୍ଚଳରେ ଏମିତି ବିଚିତ୍ର ଘଟଣା ଘଟିଥିଲା। ଜଣେ ବ୍ୟକ୍ତି କୁକୁର ସହିତ ଦୁଷ୍କର୍ମ କରି ଗିରଫ ହୋଇଥିଲେ। ବ୍ୟକ୍ତିଙ୍କର ଏପରି କାଣ୍ଡ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଭିଡିଓରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ବୁଲା କୁକର ସହିତ ସେକ୍ସ କରିବାକୁ ଚେଷ୍ଟା କରୁଥିବାର ନଜର ଆସିଥିଲେ । ଗିରଫ ହୋଇଥିବା ବ୍ୟକ୍ତି ଜଣକ ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ରହି ଦିନ ମଜୁରିଆ । ୩୭୭, ୨୯୪ ଆଇପିସି ଧାରା ଅନୁଯାୟୀ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.