ଡିଏମ୍ ଦେଲେ ଆଦେଶ, “ଜିନ୍ସ ଏବଂ ଟି-ସାର୍ଟ ପିନ୍ଧି କର୍ମଚାରୀ ଆସିପାରିବେନି କାର୍ଯ୍ୟଳୟ”

ବିଜାପୁର : ଛତିଶଗଡ଼ର ବିଜାପୁର ଜିଲ୍ଲାର ଡିଏମ୍ ସରକାରୀ କର୍ମଚାରୀଙ୍କ ମନପସନ୍ଦ ପୋଷାକ ପରିଧାନ ଉପରେ ରୋକ ଲଗାଇଛନ୍ତି। କାର୍ଯ୍ୟଳୟ ମାନଙ୍କ ପାଇଁ ନିୟମ ଜାରି କରିବାକୁ ଯାଇ ଡିସଟ୍ରିକ୍ଟ ମ୍ୟାନେଜର ଏକ ଅଦ୍ଭୁତ ପ୍ରକାରର ନିୟମ ଲାଗୁ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ସରକାରୀ କର୍ମଚାରୀ ଜିନ୍ସ , ଟିସାର୍ଟ ଏବଂ ଚମକଦାର ପୋଷାକ ପିନ୍ଧି କାର୍ଯ୍ୟଳୟରେ ପ୍ରବେଶ କରିପାରିବେ ନାହିଁ। ସେ କହିଛନ୍ତି, ନିୟମ ଅନୁଯାୟୀ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟଳୟରେ ସଠିକ୍ ପୋଷାକ ପରିଧାନ କରିବା ଆବଶ୍ୟକ।

ବିଜାପୁରର ଡିଏମ୍ କେଡି କୁଞ୍ଜନ ସରକାରୀ କର୍ମଚାରୀଙ୍କ ପାଇଁ କଠୋର ନିୟମ ଲାଗୁ କରିଛନ୍ତି। ନିୟମ ଲାଗୁ ପାଇଁ ଯାଇଥିବା ସୂଚନା ପତ୍ରରେ ଲେଖାଯାଇଛି ସରକାରୀ କର୍ମଚାରୀଙ୍କୁ ଏପରି ପୋଷାକ ପିନ୍ଧିବା ନିହାତି ଜରୁରୀ ଯେଉଁଥିରୁ ତାଙ୍କର ସାଳିନତା ଜଣାପଡିବ। ତେବେ ଏହି ଆଦେଶର ପାଳନ କରୁନଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ କରାଯିବ ବୋଲି କୁହାଯାଇଛି।

dm

ଏହା ବ୍ୟତୀତ ଡିଏମ୍ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କୁ ଚେତାବନୀ ଦେବାକୁ ଯାଇ କହିଥିଲେ କର୍ମଚାରୀ ୟୁନିଫର୍ମରେ କାର୍ଯ୍ୟଳୟରେ ଉପସ୍ଥିତ ରହିବେ। ଡିଏମ ଆଦେଶ କରିବାକୁ ଯାଇ କହିଛନ୍ତି କର୍ମଚାରୀଙ୍କୁ ୟୁନିଫର୍ମରେ ରହିବା ପାଇଁ ଭତା ମିଳୁଛି କିନ୍ତୁ ତାହା ପରେ ମଧ୍ୟ ସେମାନେ ଭଲଭାବେ ରହୁନାହାନ୍ତି। ଏଣୁ ଏହି ନିୟମକୁ କଡ଼ା ଭାବେ ପାଳନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.