Below header

ଚନ୍ଦ୍ରାୟାନ୍‌-୨ର ପ୍ରଥମ ଚିତ୍ର ଜାରି କଲା ଇସ୍ରୋ

(କେନ୍ୟୁଜ୍): ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ। ଇସ୍ରୋର ଦ୍ୱିତୀୟ ମିଶନ୍‌ ଚନ୍ଦ୍ରାୟନ-ଟୁ। ଜୁଲାଇ ୧୫ ତାରିଖରେ ଇସ୍ରୋ ନିଜର ବହୁ ପ୍ରତିକ୍ଷୀତ ଓ ବହୁ ଚର୍ଚ୍ଚିତ ଚନ୍ଦ୍ରଯାନ-୨କୁ ଲଞ୍ଚ କରିବ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ଵନ ସ୍ପେସ୍‌ ସେଣ୍ଟର ଭୋର୍‌ ୨ଟା ୫୧ ମିନିଟରେ ଏହାକୁ ଛଡ଼ାଯିବ। ଚନ୍ଦ୍ରଯାନ-୨କୁ ମହାକାଶକୁ ନେଇ ଯିବ GSLV Mark 3 ରକେଟ୍‌ । ସେପ୍ଟେମ୍ବର ୬ କିମ୍ବା ୭ ତାରିଖରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ ଇସ୍ରୋର ଚନ୍ଦ୍ରଯାନ-୨। ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଚନ୍ଦ୍ରଯାନକୁ ଅବତରଣ କରାଇବା ଇସ୍ରୋ ପାଇଁ ଚ୍ୟାଲେଞ୍ଜ। …

ଚନ୍ଦ୍ରଯାନ-୨ର ଓଜନ ୩୮୦ କ୍ୱିଣ୍ଟାଲ୍‌। ଏଥିରେ ରହିଛି ତିନିଟି ମଡ୍ୟୁଲ୍‌ ଅର୍ବିଟର, ଲ୍ୟାଣ୍ଡର ଓ ରୋବର୍‌। କକ୍ଷପଥରେ ପହଞ୍ଚିବା ପରେ ତିନିଟି ଯାକ ଯାନ ରକେଟଠାରୁ ଅଲଗା ହେବେ। ୧୬ ଦିନ ଭିତରେ ଚନ୍ଦ୍ରଯାନ-୨ ପୃଥିବୀ ଚାରିପଟେ ପାଞ୍ଚ ଥର କକ୍ଷପଥ ପରିବର୍ତ୍ତନ କରିବ। ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ-୨। ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଅର୍ବିଟରରୁ ଅଲଗା ହେବ ଲ୍ୟାଣ୍ଡର। ଚନ୍ଦ୍ରର କକ୍ଷପଥରେ ପହଞ୍ଚିବା ପରେ ସେଠାରେ ରୋଭରକୁ ଅବସ୍ଥାପିତ କରିବ ଲ୍ୟାଣ୍ଡର। ରୋବର୍‌ ଘୂରି ବୁଲିବ ଚନ୍ଦ୍ରପୃଷ୍ଠରେ। ପ୍ରତି ସେକେଣ୍ଡେରେ ଏକ ସେଣ୍ଟିମିଟର ଗତି କରି ୧୫ରୁ ୨୦ ଦିନ ଯାଏଁ ଚନ୍ଦ୍ର ବିଷୟରେ ତଥ୍ୟ ସଂଗ୍ରହ କରି ଲ୍ୟାଣ୍ଡର ମାଧ୍ୟମରେ ଅର୍ବିଟରକୁ ପ୍ରଦାନ କରିବ। ଅର୍ବିଟର ଇସ୍ରୋକୁ ପଠାଇବ ଚନ୍ଦ୍ର ସମ୍ପର୍କିତ ଡାଟା। …

୨୦୦୯ରେ ଇସ୍ରୋ ଆରମ୍ଭ କରିଥିଲା ଚନ୍ଦ୍ରାୟନ-୧। ଏହାର ୯ବର୍ଷ ପରେ ଦ୍ୱିତୀୟ ମିଶନ। ସଫଳ ହେଲେ ମହାକାଶ ଗବେଷଣା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ ଇସ୍ରୋ। ଆମେରିକା, ଋଷ, ଚୀନ ସହ ଏଲିଟ୍‌ ଗ୍ରୁପରେ ସାମିଲ ହେବ ଭାରତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.