Below header

ମାଇକ୍ରୋସଫ୍ଟରୁ ଇସ୍ତଫା ଦେଲେ ବିଲ୍‌ ଗେଟ୍‌ସ, ଯିବା ବେଳେ କହିଗଲେ ଏହି କଥା…

ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ କମ୍ପାନୀର ବୋର୍ଡ ଅଫ୍‌ ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି। ଏ ଅବସରରେ ସେ କହିଛନ୍ତି ଯେ ଏବେ ସେ ଫିଲୋନ୍ଥୋପି ଉପରେ ଅଧିକ ଫୋକସ କରିବେ। ଏଥିସହ ସେ ଓ୍ଵାରେନ୍‌ ବଫେଟ୍‌ଙ୍କ ବୋର୍ଡ ଅଫ୍‌ ବେରକସିରେ ହାଥାେଓ୍ଵରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ୨୦୦୮ ମସିହାରୁ ହିଁ ସେ ମାଇକ୍ରୋସଫ୍ଟର ସମସ୍ତ କାମରୁ ନିଜକୁ ଅଲଗା କରାଇନେଇଥିଲେ ଓ ପତ୍ନୀ ମେଲିଣ୍ଡା ଗେଟ୍‌ସଙ୍କ ସହ ମିଶି ବିଲ୍‌ ଆଣ୍ଡ ମେଲିଣ୍ଡ ଗେଟ୍‌ସ ଫାଉଣ୍ଡେସନ୍‌ ଉପରେ କାମ କରୁଛନ୍ତି।

bill-gates-resigns-from-microsoft

ଇସ୍ତଫା ଦେବା ଅବସରରେ ସେ କହିଛନ୍ତି ଯେ ମାଇକ୍ରୋସଫ୍ଟ ସବୁବେଳେ ତାଙ୍କ ଜୀବନର ଏକ ଅବିଚ୍ଛେଦୀୟ ଅଙ୍ଗ ଥିଲା ଓ ରହିବ ମଧ୍ୟ। ମଝିରେ ମଝିରେ ସେ ଏହାର ଲିଡରସିପ୍‌ ମଧ୍ୟ ନେବେ। ସୂଚନାଯୋଗ୍ୟ ଯେ ୬୫ ବର୍ଷୀୟ ବିଲ୍‌ ଗେଟ୍‌ସ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଓ ତାଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ମୂଲ୍ୟ ୮୪.୪ ଅରବ ଡଲାର। ୧୯୭୫ ମସିହା ଏପ୍ରିଲ ମାସରେ ଗେଟ୍‌ସ ମାଇକ୍ରୋସଫ୍ଟର ସ୍ଥାପନା କରିଥିଲେ।

bill

ଲିଙ୍କଡ ଇନ୍‌ରେ ଇସ୍ତଫାକୁ ନେଇ ଗେଟ୍‌ସ ଲେଖିଛନ୍ତି ଯେ ଏବେ ମୁଁ ବାକି ଜୀବନକୁ ଦୁନିଆର ଅନ୍ୟ ସମସ୍ୟାକୁ ସମାଧାନ କରିବାରେ କଟାଇବି। ବିଲ ଆଣ୍ଡ ମେଲିଣ୍ଡ ଗେଟ୍ସ ଫାଉଣ୍ଡେସନ୍‌ ସାହାଯ୍ୟରେ ସେ ସାରା ଦୁନିଆରେ ସ୍ୱାସ୍ଥ୍ୟ, ଶିକ୍ଷା, ପାଣିପାଗ ପରିବର୍ତ୍ତନ ଭଳି ସମସ୍ୟା ଉପରେ କାମ କରିବେ ବୋଲି କହିଛନ୍ତି।

Bill-and-Melinda-Gates

ବେରକସିରେ ହାଥାେଓ୍ଵର ବୋର୍ଡରୁ ଇସ୍ତଫାକୁ ନେଇ ସେ କହିଛନ୍ତି ଯେ ଏହି କାମ ମୋ ପାଇଁ ସମ୍ମାନର କଥା। ମୁଁ ଓ ଓ୍ଵାରେନ୍‌ ବଫେନ୍‌ ଏକାଠି କାମ କରିବା ପୂର୍ବରୁ ଭଲ ବନ୍ଧୁ ଥିଲୁ ଓ ଆଗକୁ ବି ଭଲ ବନ୍ଧୁ ହୋଇ ରହିବୁ ବୋଲି କହିଛନ୍ତି ବିଲ୍‌ ଗେଟ୍‌ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.