Below header

ଆଜି ସାରା ଦେଶରେ ବିଜେପିର ଆନ୍ଦୋଳନ, ରାଫେଲ ନେଇ ରାହୁଲଙ୍କ ମନ୍ତବ୍ୟର ପ୍ରତିବାଦ

ନୂଆଦିଲ୍ଲୀ:ଆଜି ସାରା ଦେଶରେ ଆନ୍ଦୋଳନ କରିବ ବିଜେପି । ରାଫେଲ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଲିଙ୍କ୍ କରି ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟର ପ୍ରତିବାଦ କରାଯିବ । ରାଫେଲ ମାମଲାରେ ସୁପ୍ରିମକୋର୍ଟ ରିଟ୍ ପିଟିସନ୍ ଖାରଜ କରିଦେବା ପରେ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି କରୁଛି ବିଜେପି । ଗତକାଲି ଦିଲ୍ଲୀ ବିଜେପି ପକ୍ଷରୁ କଂଗ୍ରେସ ମୁଖ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି । ମନୋଜ କୁମାରଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ମୁଖ୍ୟାଳୟ ଆଡକୁ ବିଜେପିର ଏକ ରାଲି ଯାଉଥିବା ବେଳେ ପୋଲିସ ଅଟକାଇଥିଲା । ଏହା ସହ କିଛି ବିଜେପି କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ ।

ରାଫେଲ ମାମଲାର ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ୩୬ଟି ରାଫେଲ ଯୁଦ୍ଧ ବିମାନ କିଣାରେ ଆର୍ଥିକ ଅନିୟମିତତାର ତଦନ୍ତ କରିବାକୁ ହୋଇଥିବା ଏକାଧିକ ଆବେଦନକୁ ଖାରଜ କରି ଦେଇଛନ୍ତି ସାମ୍ବିଧାନିକ ଖଣ୍ଡପୀଠ । ଚୁକ୍ତିରେ କୌଣସି ଅନିୟମିତତା ହୋଇନଥିବା ନେଇ ସରକାରଙ୍କୁ କ୍ଲିନଚିଟ ଦେଇଛନ୍ତି କୋର୍ଟର୍ । ଆର୍ଥିକ ଅନିୟମିତତା ନେଇ କୌଣସି ପ୍ରକାର ତଦନ୍ତର ଆବଶ୍ୟକତା ନଥିବା ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.