ମସୁଦ ଆଝାର ମୁଣ୍ଡ କାଟି ଆଣ, ୫୧ ଲକ୍ଷ ଟଙ୍କା ନିଅ

ବିଜେପି ନେତା ବିନିତ ଅଗ୍ରଓ୍ଵାଲ ଶାରଦାଙ୍କ ଘୋଷଣା । ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଆଝାରର ମୁଣ୍ଡ ଆଣିଦେଲେ ମିଳିବ ୫୧ ଲକ୍ଷ ଟଙ୍କା । ଉତ୍ତର ପ୍ରଦେଶ ମିରଟ୍ର ଏକ ଶ୍ରଦ୍ଧାଞ୍ଜଳି ସଭାରେ ଏହି ଘୋଷଣା କରିଛନ୍ତି ବିନିତ । ତେବେ ଏଥିରୁ ୧୧ ଲକ୍ଷ ଟଙ୍କା ସେ ନିଜ ହାତରୁ ଦେବେ ଏବଂ ବାକି ୪୦ ଲକ୍ଷ ଟଙ୍କା ଲୋକଙ୍କ ଠାରୁ ଆଦାୟ କରିବେ ବୋଲି କହିଛନ୍ତି ।
ବିବାଦୀୟ ବୟାନ୍ ଦେବାରେ ସିଦ୍ଧହସ୍ତ ବିନିତ ପୂର୍ବରୁ ମହମ୍ମଦ ଅଲୀ ଜିନ୍ନାଙ୍କ ଉପରେ ଏଭଳି କିଛି କହିଥିଲେ ଯାହାକୁ ନେଇ ଝଡ଼ ଉଠିଥିଲା ।