ହତ୍ଯାରେ ବିଶ୍ବ ରେକର୍ଡ କରିଥିଲା ଭାରତର ଏହି ସିରିଏଲ୍ କିଲର୍, କେବଳ ରୁମାଲରେ ହିଁ ନେଇଯାଇଥିଲା ୯୦୦ ଜୀବନ

ସିରିଏଲ୍ କିଲର୍ ଏକ ଏମିତି ଶବ୍ଦ ଯାହାର ନାଁ ଶୁଣିଲେ ଏକ ଅଜଣା ଭୟରେ ଛାତି ଧରି ଉଠେ । ବିଶ୍ବ କ୍ରାଇମ୍ ଇତିହାସରେ ଏମିତି ଅନେକ ସିରିଏଲ୍ କିଲର୍ସଙ୍କ ନାଁ ସାମିଲ୍ ଅଛି ଯେଉଁମାନଙ୍କ କାହାଣୀ ଆପଣଙ୍କୁ କୌଣସି ଫିଲ୍ମର କାହାଣୀଠୁ କମ୍ ଲାଗିବନି । ସେହିପରି ଜଣେ ସିରିଏଲ୍ କିଲର୍ ଥିଲା ଭାରତରେ ଥିଲେ ଯାହାଙ୍କ ବିଷୟରେ କୁହାଯାଏ ସେ ହତ୍ଯାରେ ୱର୍ଲ୍ଡ ରେକର୍ଡ କରିଥିଲା ।

ଏହି ସିରିଏଲ୍ କିଲର ର ନାଁ ହେଉଛି ଠଗ୍ ବେହରାମ୍ । ବେହରାମକୁ କିଙ୍ଗ୍ ଅଫ୍ ଠଗ୍ସ ବା ଠକଙ୍କ ରାଜା ବୋଲି କୁହାଯାଏ । ଏପରିକି ୧୭୯୦ ରୁ ୧୮୪୦ ମଧ୍ୟରେ ଏହି କୁଖ୍ଯାତ ବେହରାମକୁ ଇଂରେଜମାନେ ମଧ୍ୟ ଭୟ କରୁଥିଲେ । କାରଣ ସେ ଲୁଟ ଇରାଦାରେ ଲୋକଙ୍କୁ ନିଜର ଶିକାର କରୁଥିଲା ଏବଂ ବହୁତ ନିଆରା ଢଙ୍ଗରେ ସେମାନଙ୍କ ତଣ୍ଟି ଚିପି ହତ୍ଯା କରୁଥିଲା ।

ଏହା ସହ ପଢନ୍ତୁ ଦେଶଭକ୍ତିର ଅନନ୍ୟ ଉଦାହରଣ , ଶରୀରରେ ସହିଦ ଯବାନଙ୍କ ନାଁ ର ଟାଟୁ ବନାଇ ବଳିଦାନକୁ ସଲାମ୍ କଲେ ଯୁବକ

କୁହାଯାଏ ଥରେ ଯେଉଁ ରାସ୍ତାରେ ବେହରାମ୍ ଯାଉଥିଲା ସେ ରାସ୍ତାରେ ଗଦା ହେଇଯାଉଥିଲା ଶବର ପାହାଡ । ତାର ଗୋଟିଏ ବହୁତ ବଡ଼ ଗ୍ଯାଙ୍ଗ୍ ମଧ୍ୟ ଥିଲା । ଯେଉଁମାନେ ବ୍ଯବସାୟୀ ଏବଂ ପର୍ଯ୍ଯଟକ ମଧ୍ୟରେ ବେଶ ବଦଳାଇ ସେମାନଙ୍କ ମଧ୍ୟରେ ମିଶିଯାଉଥିଲେଏବଂ ସୁଯୋଗ ଦେଖି ଲୋକଙ୍କ ହତ୍ଯା କରୁଥିଲେ । ଏହା ପରେ ସେମାନଙ୍କ ଜିନିଷ ଲୁଟି ନେଉଥିଲେ ।

ଏକ ରିପୋର୍ଟ ମୂତାବକ, ବେହରାମ୍ ନିଜ ଜୀବନ କାଳ ମଧ୍ୟରେ ପ୍ରାୟ ୯୩୧ ଜଣଙ୍କୁ ହତ୍ଯା କରିଥିଲା । ଆଉ ସେ ଏହାକୁ ସ୍ବୀକର ମଧ୍ୟ କରିଛି । କୁହାଯାଏ ନିଜ ପାଖରେ ଏକ ରୁମାଲ୍ ରଖୁଥିଲା ବେହରାମ୍ , ଆଉ ସେହି ରୁମାଲରେ ହିଁ ୯୦୦ ରୁ ଅଧିକ ଲୋକଙ୍କ ଗଳା ଚିପି କରୁଥିଲା ହତ୍ଯା । କୁହାଯାଏ ଏହି ସବୁ ହତ୍ଯା ପାଇଁ ବେହରାମର ନାଁ ଗିନିଜ୍ ବୁକରେ ମଧ୍ୟ ସାମିଲ୍ ଥିଲା ।

ବେହରାମ୍ ଭୟରେ ଦିଲ୍ଲୀରୁ ଆରମ୍ଭ କରି ଗ୍ବାଲିୟର୍ ଏବଂ ଜବଲପୁର ଯାଏ ସମସ୍ତ ବ୍ଯବସାୟୀ, ପର୍ଯ୍ଯଟକ, ସୈନିକ ଏବଂ ତୀର୍ଥଯାତ୍ରୀ ରାସ୍ତାରେ ଚାଲିକି ଯିବା ହିଁ ବନ୍ଦ କରିଦେଇଥିଲେ । କାରଣ ସେମାନେ ରହସ୍ଯମୟ ଢଙ୍ଗରେ ଗାୟବ ହୋଇଯାଉଥିଲେ । ଆଉ ସବୁଠାରୁ ବଡ଼ ଆଶ୍ଚର୍ଯ୍ଯଜନକ କଥା ହେଉଛି ସେମାନଙ୍କ ମୃତଦେହ  ପୋଲିସକୁ ମିଳୁନଥିଲା ।

ଏହା ସହ ପଢନ୍ତୁ ଅନଲାଇନରେ ବିରିୟାନୀ ଅର୍ଡର କ୍ୟାନ୍ସଲ କରିବା ପଡିଲା ମହଙ୍ଗା,ଖାତାରୁ କଟିଗଲା ୫୦ ହଜାର ଟଙ୍କା

ତେବେ ଗାୟବ ହେଉଥିବା ସମସ୍ତ ମୃତଦେହର ରହସ୍ଯର ପତ୍ତା ଲଗାଇବା ପାଇଁ ୧୮୦୯ରେ ଜଣେ ଇଂରେଜ ଅଫିସର୍ କ୍ଯାପଟେନ୍ ସ୍ଲୋମେନଙ୍କୁ ଦାୟିତ୍ବ ଦିଆଯାଇଥିଲା । ତେବେ ବେହରାମର ରହସ୍ଯ ଜାଣିବା ପାଇଁ କ୍ଯାପଟେନ୍ ସ୍ଲୋମେନଙ୍କ ପ୍ରାୟ ୧୦ ବର୍ଷ ସମୟ ଲାଗିଥିଲା । ଏହା ପରେ ଠଗ୍ ବେହରାମ୍ ଏବଂ ତାର ଗ୍ଯାଙ୍ଗର ପର୍ଦ୍ଦାଫାଶ କରିଥିଲେ ସ୍ଲୋମେନ୍ । ବେହରାମର ଗ୍ଯାଙ୍ଗରେ ପ୍ରାୟ ୨୦୦ ଜଣ ହତ୍ଯାକାରୀ ଥିବା ଖୁଲାସା କରିଥିଲେ କ୍ଯାପଟେନ୍ ସ୍ଲୋମେନ । ଗିରଫ ହେବା ସମୟରେ ବେହରାମର ବୟସ ୭୫ ବର୍ଷ ଥିଲା । ୧୮୪୦ ରେ ବେହରାମକୁ ଜଘନ୍ଯ ଅପରାଧ ପାଇଁ ଫାଶୀ ଦିଆଯାଇଥିଲା ।

Leave A Reply

Your email address will not be published.