Below header

ଦିଦିଙ୍କ ଦୁର୍ଗରେ ଧଶେଇ ପଶିଲା ବିଜେପି, ପଶ୍ଚିମବଙ୍ଗରେ ମୋଦି ସୁନାମୀ

ଦିଦିଙ୍କ ଦୁର୍ଗରେ ଧଶେଇ ପଶିଲା ବିଜେପି । ପଶ୍ଚିମବଙ୍ଗରେ ଜୋରଦାର ହମଲା କରିଛି ବିଜେପି । ମମତାଙ୍କ ଟିଏମସି ଏବଂ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ବିଜେପି ୧୯ଟି ଆସନରେ ଆଗକୁ ଚାଲିଥିବା ବେଳେ ଟିଏମସି ୨୨ଟି ଆସନରେ ରହିଛି । କଂଗ୍ରେସ ମାତ୍ର ଗୋଟିଏ ଆସନ ହାସଲ କରିଛି ।

ଆସନସୋଲରୁ ଟିଏମସିକୁ ମାତ୍ ଦେଇଛନ୍ତି ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିୟୋ । ସେହିପରି ମେଦିନୀପୁରରେ ଟିଏମସିର ମାନଓ ରଞ୍ଜନ ଭୁନିଆଙ୍କ ଠାରୁ ୫,୭୨୬ ଆସନରେ ଆଗରେ ଅଛନ୍ତି ବିଜେପିର ପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ।

୨୦୧୪ରେ ସାରାଦେଶରେ ଯେତେବେଳେ ମୋଦି ମ୍ୟାଜିକ୍ ଚାଲିଥିଲା ସେତେବେଳେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଟିଏମସି କମାଲ ପ୍ରଦର୍ଶନ କରିଥିଲା । ରାଜ୍ୟରେ ୪୨ ଲୋକସଭା ଆସନରୁ ଟିଏମସି ୩୪ଟି ଆସନ ହାତେଇ ଥିଲା । କିନ୍ତୁ ଚଳିତ ବର୍ଷ ବଦଳିଯାଇଛି ପାଣିପାଗ । ମମତାଙ୍କ ଗଡରେ ଦେଖାଦେଇଛି ମୋଦି ଲହର୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.