ବିଜେପି ସାଂସଦଙ୍କ ପାଦ ଧୋଇ ପାଣି ପିଇଲେ କର୍ମୀ, ଭାଇରାଲ୍ ହେଉଛି ଭିଡିଓ

ବିଜେପି ସାଂସଦଙ୍କ ପାଦ ଧୋଇ ପାଣି ପିଇଲେ କର୍ମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରଖଣ୍ଡରେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଭଗବାନଙ୍କ ପରି ଗୋଦ୍ଦା ସାଂସଦ ନିଶିକାନ୍ତ ଦୁବେଙ୍କ ପାଦ ଧୋଇ ପଙ୍କଜ ଶାହା ନାମକ ଜଣେ କର୍ମୀ ପାଣି ପିଉଛନ୍ତି ।

ଆଶ୍ଚର୍ଯ୍ୟର ବିଷୟ ହେଉଛି ନିଜେ ସାଂସଦ ନିଶିକାନ୍ତ ନିଜେ ଏହି ଫଟୋ ଫେସବୁକ୍‌ ପେଜ୍‌ରେ ପୋଷ୍ଟ କରି  କର୍ମୀଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସେ ଏହା ସହ ଲେଖିଥିଲେ ଆଜି ମୁଁ ନିଜକୁ ବହୁତ ଛୋଟ କର୍ମକର୍ତ୍ତା ବୋଲି ଭାବୁଛି । ବିଜେପିର ମହାନ କର୍ମକର୍ତ୍ତା ହଜାର ହଜାର ଲୋକଙ୍କ ସାମ୍ନାରେ ପାଦ ଧୋଇ ପାଣି ପାଇଛନ୍ତି । ଏପରିକି ଏଥିରେ ଖୁସି ହୋଇଥିବା ନିଶିକାନ୍ତ ନିଜ ପ୍ରତିଶ୍ରୁତି ରଖିବେ ବୋି କହିଛନ୍ତି । ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି ସାଂସଦ ।

ଅନ୍ଯପଟେ ଘଟଣାକୁ ନେଇ ବିବାଦ ହେବ ପରେ ନିଜ ପ୍ରତିକ୍ରିୟାରେ ନିଶିକାନ୍ତ କହିଛନ୍ତି ,ଯଦି କୌଣସି କର୍ମକର୍ତ୍ତା ନିଜ ଖୁସିରେ ଏପରି କରୁଛନ୍ତି ତେବେ ଏଥିରେ କଣ ଅସୁବିଧା ରହିଛି । ଝାରଖଣ୍ଡରେ ଅତିଥିଙ୍କ ପାଦ ଧୁଆଯାଏ । ସବୁ ଆଦିବାସୀ ମହିଳା ଏପରି ହିଁ ତ କରିଥାନ୍ତି । ଏପରିକି ମହାଭାରତରେ ଭଗବାନ୍ କୃଷ୍ଣ କଣ ପାଦ ଧୋଇନଥିଲେ । ତେଣୁ ଏହାକୁ ରାଜନୈତିକ ରଙ୍ଗ ଦେବା ଅନୁଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.