ବଡ଼ ଅଦ୍ଭୂତ ଏହି ମନ୍ଦିର, ଏଠି ପାଦ ରଖିଲେ ହିଂସ୍ର ପଶୁ ବି ହୋଇଯାଏ ପୋଷା

ଆପଣଙ୍କୁ ଶୁଣି ନିଶ୍ଚୟ ଆଶ୍ଚର୍ଯ୍ଯ ଲାଗିବ କିନ୍ତୁ ଥାଇଲାଣ୍ଡର ଏମିତି ଏକ ମନ୍ଦିର ଅଛି ଯେଉଁଠି ଭୟଙ୍କର ପଶୁକୁ ପାଳନ କରାଯାଏ। ଏହି ପଶୁମାନେ ମଣିଷଙ୍କ ସହିତ ମିଶି ଚଳପ୍ରଚଳ କରିଥାନ୍ତି। ଏହା ଏକ ବୌଦ୍ଧ ମନ୍ଦିର ଯାହାର ରକ୍ଷଣାବେକ୍ଷଣା ବୌଦ୍ଧ ପରମ୍ପରା ଅନୁଯାୟୀ ହୋଇଥାଏ। ଏହି ମନ୍ଦିରରେ ଜଙ୍ଗଲର ସବୁଠାରୁ ଭୟଙ୍କର ପଶୁଙ୍କୁ ପାଳନ କରାଯାଏ।

tiger ଥାଇଲାଣ୍ଡର ଏହି ବୌଦ୍ଧ ମନ୍ଦିରରେ ସେହି ଭୟଙ୍କର ପଶୁଙ୍କୁ ପାଳନ କରାଯାଏ, ଯେଉଁମାନେ ଜଙ୍ଗଲରେ ମଣିଷ ମାନଙ୍କୁ ଦେଖିଲେ ସେମାନଙ୍କୁ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ଏହି ମନ୍ଦିରରେ ବାଘ, ସିଂହ, ଚିତାମାନେ ମଣିଷଙ୍କ ସହିତ ହସଖୁସିରେ ରହିଥାନ୍ତି।

ଏମାନଙ୍କର ଖାଇବା ପିଇବା, ଉଠିବା ବସିବା ସବୁ ମଣିଷଙ୍କ ସହିତ ହୋଇଥାଏ। ଏହି ଦୃଶ୍ୟକୁ ଦେଖି ଯେକୌଣସି ଲୋକ ମଧ୍ୟ ଆଶ୍ଚର୍ଯ୍ଯ ହୋଇଯିବେ।

tigerଏହି ବୌଦ୍ଧ ମନ୍ଦିରକୁ ’ଟାଇଗର ଟେମ୍ପୁଲ’ ନାମରେ ଜଣାଯାଇଥାଏ। ମିଆମାର ଏବଂ ଥାଇଲାଣ୍ଡ ମଝିରେ ଥିବା ଏହି ମନ୍ଦିରରେ ବାଘ ଏବଂ ମଣିଷ ବନ୍ଧୁ ହୋଇ ରହିଥାନ୍ତି। ୧୯୯୪ ମସିହା ପର୍ଯ୍ଯନ୍ତ ଏହି ମନ୍ଦିର ଏକ ବୌଦ୍ଧ ମନ୍ଦିର ହୋଇ ରହିଥିଲା, କିନ୍ତୁ ଆଜି ଟାଇଗର ଟେମ୍ପୁଲ ନାମରେ ପୂରା ବିଶ୍ବରେ ପ୍ରସିଦ୍ଧ। ଏହି ଦୃଶ୍ୟକୁ ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଏଠାକୁ ଅନେକ ବିଦେଶ ପର୍ଯ୍ଯଟକ ମାନେ ଆସିଥାନ୍ତି।

tigerଏହି ମନ୍ଦିରରେ ବଣ୍ୟ ଜୀବଙ୍କର ସଂରକ୍ଷଣ ଦେବାପାଇଁ ବଣ୍ୟ ଜୀବଙ୍କର ପାଳନ ଆରମ୍ଭ କରାଯାଇଥିଲା। ଥାଇଲାଣ୍ଡରେ ଜୀବ ମାନଙ୍କର ଚୋରାଚାଲାଣ ବହୁତ ଅଧିକା ହେବାକୁ ଲାଗିଥିଲା, ଯେଉଁ କାରଣରୁ ଅନେକ ସଂଖ୍ୟାରେ ପଶୁ ମାନଙ୍କର ମ୍ରୁତ୍ୟୁ ହେବାକୁ ଲାଗିଲା। ୧୯୯୯ରେ ଗାଁର ଜଣେ ବ୍ୟକ୍ତି ଏହି ମନ୍ଦିରକୁ ବାଘର ଏକ ଛୋଟ ଛୁଆକୁ ଆଣି ଦେଇଥିଲା, ଯାହାର ମା’କୁ କିଛି ବ୍ୟକ୍ତିମାନେ ମିଶି ଶିକାର କରିଥିଲେ।

ଏହିଭଳି ଭାବେରେ ଗ୍ରାମବାସୀ ମାନେ ଏହି ମନ୍ଦିରକୁ ବାଘର ଶାବକକୁ ଆଣିବାକୁ ଲାଗିଲେ, ଯେଉଁ ମାନଙ୍କର ମା’ ମାନଙ୍କର ଶିକାର ହୋଇସାରିଥିଲା। ଧୀରେ ଧୀରେ ଏହି ମନ୍ଦିର ଟାଇଗର ଟେମ୍ପୁଲ୍ ନାମକୁ ବଦଳି ଗଲା ବର୍ତ୍ତମାନ ଏହି ବାଘ ମାନଙ୍କୁ ବୌଦ୍ଧ ଭିକ୍ଷୁ ଶିକ୍ଷା ଦିଆଯାଉଛି।

tigerଏହି ମନ୍ଦିରକୁ ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଦେଶ ବିଦେଶରୁ ଅନେକ ପର୍ଯ୍ଯଟକ ମାନେ ଆସିଥାନ୍ତି। ପର୍ଯ୍ଯଟକମାନେ ବାଘ ମାନଙ୍କ ସହିତ ମଜା ମସ୍ତି କରିବାକୁ ପସନ୍ଦ କରିଥାନ୍ତି। ପର‌୍ୟ୍ୟଟକମାନେ ବାଘଙ୍କ ସହିତ ଖେଳନ୍ତି, ଫଟୋ ଉଠାନ୍ତି ଏବଂ ବହୁତ ଭଲଭାବେ ଉପଭୋଗ କରିଥାନ୍ତି। କିଛି ଲୋକ ଏହା ମଧ୍ୟ କହୁଛନ୍ତିଯେ ଏଠାରେ ବାଘ ମାନଙ୍କୁ କମ୍ ଏବଂ ନିମ୍ନ ମାନର ଖାଦ୍ୟ ଦିଆଯାଉଛି। ବୌଦ୍ଧ ଭିକ୍ଷୁମାନେ ଟଙ୍କାର ଲାଳସା ପାଇଁ ଏହି ବାଘଙ୍କର ଚୋରାଚାଲାଣ କରିଥାନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ ଏହି କଥାରେ କିଛି ପ୍ରମାଣ ମିଳି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.