ବର୍ଷେ ପରେ କାଲି ଭାରତ-ପାକ୍ ଫାଇଟ୍, ଦୁବାଇରେ ୧୨ ବର୍ଷ ପରେ

ନୂଆଦିଲ୍ଳୀ : ଆସନ୍ତାକାଲି ଏସିଆ କପରେ ହାଇଭୋଲଟେଜ୍‌ ମୁକାବିଲା । ଭାରତ-ପାକିସ୍ତାନ ମୁକାବିଲା । ପାଖାପାଖି ବର୍ଷେ ପରେ ମୁହାଁମୁହିଁ ହେଉଛନ୍ତି ଏସିଆ ମହାଦେଶର ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଉଭୟ ଦଳରେ ଅଛନ୍ତି ଯୁବ ଅଭିଜ୍ଞ ଖେଳାଳି । ଗତବର୍ଷ ଇଂଲଣ୍ଡରେ ଚାମ୍ପିଅନ୍ସ ଟ୍ରଫିରେ ଶେଷ ଥର ପାଇଁ ଭାରତ-ପାକିସ୍ତାନ ଏକାଠି ମ୍ୟାଚ୍‌ ଖେଳିଥିଲେ । ନକ୍‌ ଆଉଟ୍‌ ପର୍ଯ୍ୟାୟରେ ଟିମ୍‌ ଇଣ୍ଡିଆଠାରୁ ହାରିଥିବା ପାକିସ୍ତାନ ଫାଇନାଲ୍‌ରେ ଚାମ୍ପିଅନ୍‌ ହୋଇଥିଲା ।

India-Pakistan

ଏବେ ଚାମ୍ପିଅନ୍ସ ଟ୍ରଫି ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ମେନ୍‌ ଇନ୍‌ ବ୍ଲୁ । ରେକର୍ଡ କହୁଛି ଏସିଆ କପ୍‌ରେ ଏପର୍ଯ୍ୟନ୍ତ ଭାରତ-ପାକିସ୍ତାନ ୧୨ଟି ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି । ଭାରତ ୬ଟିରେ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ୫ଟି ମ୍ୟାଚ୍‌ ଜିତିଛି । ସେହିପରି ଏସିଆ କପରେ ସର୍ବାଧିକ ୬ ଥର ଚାମ୍ପିଅନ୍‌ ହେବାର ରେକର୍ଡ ବି ଟିମ୍‌ ଇଣ୍ଡିଆ ନାଁରେ । ପାକିସ୍ତାନ ୨ଥର ଏସିଆ କପ୍‌ ଟାଇଟଲ୍‌ ହାତେଇଛି । ତେବେ ୧୨ ବର୍ଷ ପରେ ଦୁବାଇରେ ଖେଳୁଛି ଭାରତୀୟ ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.