ରୁଷିଆକୁ ଘାତକ ଅସ୍ତ୍ର ଦେଲେ ପରିଣାମ ଭୟଙ୍କର ହେବ : ଚୀନ୍‌କୁ ଆମେରିକାର ଚେତାବନୀ

ନିକ ସିକ୍ୟୁରିଟି କନଫରେନ୍ସରେ ଡ୍ରାଗନକୁ ଡବଲ ଆଟାକ । ରୁଷିଆକୁ ଘାତକ ଅସ୍ତ୍ର ସହାୟତା କଲେ ପରିଣାମ ଭୟଙ୍କର ହେବ। ଆମେରିକା ଆକାଶରେ ଆଉ ଥରେ ବେଲୁନ ପଶିଲେ କିଛି ଭଲ ହେବନି । ସାମ୍ନାସାମ୍ନି ଚେତାବନୀ ଣୁଣାଇଛି ପେଣ୍ଟାଗନ।

ନୂଆଦିଲ୍ଳୀ : ନିକ ସିକ୍ୟୁରିଟି କନଫରେନ୍ସରେ ଡ୍ରାଗନକୁ ଡବଲ ଆଟାକ । ରୁଷିଆକୁ ଘାତକ ଅସ୍ତ୍ର ସହାୟତା କଲେ ପରିଣାମ ଭୟଙ୍କର ହେବ। ଆମେରିକା ଆକାଶରେ ଆଉ ଥରେ ବେଲୁନ ପଶିଲେ କିଛି ଭଲ ହେବନି । ସାମ୍ନାସାମ୍ନି ଚେତାବନୀ ଣୁଣାଇଛି ପେଣ୍ଟାଗନ।

ଚୀନ୍ ବୈଦେଶିକ ମନ୍ତ୍ରୀଙ୍କୁ ଆମେରିକା ପ୍ରତିପକ୍ଷଙ୍କ ଚେତାବନୀ। ଆମେରିକା ଆକାଶରେ ଗୁଇନ୍ଦା ବେଲୁନ ଉଡ଼ାଇବା ଗ୍ରହଣୀୟ ନୁହେଁ ବୋଲି ଶୁଣାଇ ଦେଇଛନ୍ତି ଆଣ୍ଟୋନୀ ବ୍ଲିଙ୍କେନ। ଏହାର ଯେମିତି ପୁନରାବୃତ୍ତି ନଘଟେ, ସେନେଇ ଚେତାବନୀ ଶୁଣାଇଛନ୍ତି। କାଲିଫର୍ଣ୍ଣିଆ ଉପକୂଳ ଆକାଶରେ ଚୀନ୍ ବେଲୁନକୁ ମିସାଇଲ ମାଡ଼ କରି ଖସାଇ ଦେବା ପରେ ପ୍ରଥମ ଥର ପାଇଁ ମ୍ୟୁନିକ ସିକ୍ୟୁରିଟି କନଫରେନ୍ସ ଅବସରରେ ସାମ୍ନାସାମ୍ନି ହୋଇଥିଲେ ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ ଓ ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟି।

ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମଧ୍ୟ ଚୀନ୍କୁ ଚେତାବନୀ ଶୁଣାଇଛନ୍ତି ବ୍ଲିଙ୍କେନ । ରୁଷକୁ ଅସ୍ତ୍ରଶସ୍ତ୍ର ସହାୟତା କଲେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ହେବ । ରୁଷକୁ ଘାତତ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଚୀନ ଯୋଜନା କରୁଥିବା କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ। ମ୍ୟୁନିକ ସିକ୍ୟୁରିଟି କନଫରେନ୍ସରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ମଧ୍ୟ ବେଜିଂକୁ ଘେରିଥିଲେ।

ଯୁଦ୍ଧ ଆରମ୍ଭରୁ ମସ୍କୋ ସହ ସଂପର୍କ ନିବିଡ଼ କରୁଛି ବେଜିଂ। ଯାହା ଗ୍ରହଣୀୟ ନୁହେଁ। ଯୁଦ୍ଧକୁ ନେଇ ସେ ଆମେରିକାର ଆଭିମୁଖ୍ୟ ଦୋହରାଇଥିଲେ। ଯୁଦ୍ଧ ଚାଲିଥିବା ପର୍ଯ୍ୟନ୍ତ ୟୁକ୍ରେନକୁ ସହାୟତା ଜାରି ରହିବ। ୟୁକ୍ରେନରେ ଯୁଦ୍ଧ ଅପରାଧ ପାଇଁ ଉତ୍ତରଦାୟୀ ରହିବ ରୁଷ । ସ୍ୱାଧୀନତା, ଗଣତନ୍ତ୍ର ଆଉ ନ୍ୟାୟ ସପକ୍ଷରେ ଆମେରିକା ସବୁବେଳେ ଛିଡ଼ା ହୋଇଛି ବୋଲି ହାରିସ କହିଛନ୍ତି।

ସମ୍ମିଳନୀରେ ରୁଷ ଉପରେ ବର୍ଷିଛି ୟୁରୋପ। ସମ୍ମିଳନୀରେ ଯୋଗ ଦେଇ ନାଟୋ ମୁଖ୍ୟ କହିଛନ୍ତି ଯୁଦ୍ଧକୁ ନେଇ କୌଣସି ବିପଦମୁକ୍ତ ବିକଳ୍ପ ନାହିଁ । ଯଦି ପୁଟିନ ଯୁଦ୍ଧ ଜିତନ୍ତି ବିଶ୍ୱ ବିପଦରେ ପଡ଼ିବ। ରୁଷ ଯୁଦ୍ଧ ହାରିବା ଉଚିତ, କିନ୍ତୁ ନଷ୍ଟ ହୋଇଯିବା ଉଚିତ ନୁହେଁ ବୋଲି କହିଛନ୍ତି ଜେନ୍ସ ଷ୍ଟୋଲଟେନବର୍ଗ।