ବଜେଟ୍‌ ପୂର୍ବରୁ ବିଏମ୍‌ସି ଯୁଗ୍ମ କମିଶନର ରମେଶ ପାଓ୍ଵାର ଭୁଲ୍‌ରେ ପିଇଦେଲେ ହ୍ୟାଣ୍ଡ ସାନିଟାଇଜର, ଭିଡିଓରେ ଦେଖନ୍ତୁ କ’ଣ ହେଲା

ବୃହନ୍‌ମୁମ୍ବାଇ ମହାନଗରପାଳିକା(ବିଏମ୍‌ସି)ର ଡେପୁଟୀ ମ୍ୟୁନିସିପାଲ କମିଶନର ରମେଶ ପାଓ୍ଵାର ବଜେଟ୍‌ ଉପସ୍ଥାପନା ପୂର୍ବରୁ ଭୁଲ୍‌ରେ ପାଣି ବଦଳରେ ହ୍ୟାଣ୍ଡ୍‌ ସାନିଟାଇଜର ପିଇ ଦେଇଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏଥିରେ ଦେଖିବାକୁ ମିଳୁଛି, ଅଧିକାରୀମାନଙ୍କ ସହିତ ରମେଶ ପାଓ୍ଵାର ବସିଛନ୍ତି। ଠିକ୍‌ ଏହି ସମୟରେ ସେ ଟେବୁଲ ଉପରେ ରଖାଯାଇଥିବା ସାନିଟାଇଜର ବୋତଲ ଉଠାଉଛନ୍ତି ଏବଂ ଗୋଟିଏ ଢ଼ୋକ ପିଉଛନ୍ତି। ଯଦିଓ ପାଖରେ ଛିଡ଼ା ହୋଇଥିବା ଜଣେ କର୍ମଚାରୀ ଦୌଡ଼ି ଆସି ତାଙ୍କୁ ଅଟକାଉଥିବା ନଜର ଆସୁଛନ୍ତି ଏବଂ ତାଙ୍କୁ ପାଣି ବୋତଲ ଦେଉଛନ୍ତି।

ଏ ନେଇ ରମେଶ ପାଓ୍ଵାର କହିଛନ୍ତି, ‘ମୁଁ ଭାବିଲି ମୋତେ ମୋ ଭାଷଣ ଆରମ୍ଭ କରିବା ପୂର୍ବରୁ ପାଣି ପିଇବା ଉଚିତ। ଏଥିପାଇଁ ମୁଁ ବୋତଲ ଉଠାଇ ନେଇଥିଲି ଏବଂ ପିଇବାକୁ ଲାଗିଥିଲି। ପାଣି ଏବଂ ସାନିଟାଇଜର ବୋତଲ ଏକାଭଳି ଥିଲା। ଏଥିପାଇଁ ଏମିତି ହେଲା। ଯେତେବେଳେ ମୁଁ ଏହାକୁ ପିଇଲି, ମୋତେ ଭୁଲ୍ ଅନୁଭବ ହୋଇଥିଲା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.