Below header

ଘୁଞ୍ଚିଲା ମାଟ୍ରିକ ହାଇସ୍କୁଲ ସାର୍ଟିଫିକେଟ ଫର୍ମ ପୂରଣ ଅବଧି

କେନ୍ୟୁଜ୍(ବ୍ୟୁରୋ):  ଛାତ୍ରଛାତ୍ରୀମାନଙ୍କୁ ଆଶ୍ବସ୍ତି । ଘୁଞ୍ଚିଲା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫର୍ମପୁରଣ ଅବଧି।୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ଫର୍ମ ପୁରଣର ଅବଧି। ୧୦ ତାରିଖ ମଧ୍ୟ ରାତ୍ର ଯାଏ ଫର୍ମ ପୁରଣ କରି ପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ।୨ ତାରିଖ ମଧ୍ୟରାତ୍ର ଥିଲା ଫର୍ମ ପୁରଣର ଶେଷ ତାରିଖ। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ଓପନ ସ୍କୁଲ ପରୀକ୍ଷା ଓ ପତ୍ର ବିନିମୟ ପାଠ୍ୟକ୍ରମ ପରୀକ୍ଷା ପାଇଁ ଫର୍ମ ପୂରଣର ଶେଷ ତାରିଖ ଫେବୃଆରୀ ୧୦ ତାରିଖ ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ମେ ୩ ରୁ ଆରମ୍ଭ ହେବ ଚଳିତବର୍ଷ ମାଟ୍ରିକ ପରୀକ୍ଷା।ତେବେ କରୋନା ପାଇଁ ଚଳିତବର୍ଷ ସମସ୍ତ ପରୀକ୍ଷାର୍ଥୀଙ୍କ ଫିସ ଛାଡ଼ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ୬ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହାଦ୍ବାରା ଉପକୃତ ହୋଇପାରିଛନ୍ତି। ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ପ୍ରତ୍ୟେକ ବର୍ଷ ପ୍ରତି ବିଷୟରେ ୧୦୦ ମାର୍କର ପରୀକ୍ଷା କରାଯାଉଥିବା ବେଳେ ଚଳିତବର୍ଷ ୮୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ୫୦ ମାର୍କ ସଂକ୍ଷିପ୍ତ ପ୍ରଶ୍ନ ଓ ୩୦ ମାର୍କ ଦୀର୍ଘ ପ୍ରଶ୍ନର ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ସେହିପରି ନିଜ ସ୍କୁଲରେ ନିଜେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। କେବଳ ସ୍କୁଲ ର ଶିକ୍ଷକଙ୍କୁ ଅନ୍ୟ ସ୍କୁଲ କୁ ପଠାଯିବ ।ସେହିପରି ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟାରେ ପରୀକ୍ଷା ଦେବେ ଚଳିତବର୍ଷ ମାଟ୍ରିକ ପରୀକ୍ଷାର୍ଥୀ।କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ସେହିପରି ଏହି ୮୦ ମାର୍କର ପରୀକ୍ଷାକୁ ୧୦୦ ମାର୍କରେ କନଭର୍ଟ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.