ସବୁ ଘରେ ଲାଗିବ ତ୍ରିରଙ୍ଗା, ୫୦ ଲକ୍ଷ ତ୍ରିରଙ୍ଗା ବାଣ୍ଟିବାକୁ ବିଏମ୍‌ସିର ଯୋଜନା;ଖର୍ଚ୍ଚ ହେବ ୭ କୋଟି

ଏବେ ସାରା ଦେଶରେ ପାଳିତ ହେଉଛି ସ୍ୱାଧୀନତାର ଅମୃତ ମହୋତ୍ସବ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ଏହି ଅମୃତ ମହୋତ୍ସବ ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏ ଅବସରରେ ପ୍ରତିଟି ଘରେ ତ୍ରିରଙ୍ଗା ପତାକା ଲଗାଇବାକୁ କୁହାଯାଇଛି। ମୁମ୍ବାଇରେ ମଧ୍ୟ ବିଏମ୍‌ସି ପକ୍ଷରୁ ବଡ଼ ଆକାରରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏ ନେଇ ବିଏମ୍‌ସି କମିଶନର ଆଇଏସ୍ ଚହଲଙ୍କ ନେତୃତ୍ୱରେ ୧୩,୧୪ ଓ ୧୫ ଅଗଷ୍ଟରେ ମୁମ୍ବାଇର ଐତିହାସିକ ସ୍ଥାନ ଓ ସ୍ଥଳରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଯୋଜନା କରିଛନ୍ତି। ଏ ଅବସରରେ ମୁମ୍ବାଇର ଐତିହାସିକ ସ୍ଥଳ, ବିଲ୍ଡିଂ ଓ ପର୍ଯ୍ୟଟନ ସ୍ଥଳରେ ତ୍ରିରଙ୍ଗା ପତାକା ଲଗା ଯିବ।

ବିଏମ୍‌ସି ପକ୍ଷରୁ ଦାଦର ସ୍ଥିତ ଡା. ଆମ୍ବେଦକର ସ୍ମାରକ ଚୈତ୍ୟ ଭୂମିରୁ ଆରମ୍ଭ କରି ଶିବାଜୀ ପାର୍କ, ଏୟାର ଇଣ୍ଡିଆ ବିଲ୍ଡିଂ, ମେରାଇନ ଡ୍ରାଇଭ, ଟ୍ରାଇଡେଣ୍ଟ ହୋଟେଲ, ଏନସିପିଏ, ମେରାଇନ ଡ୍ରାଇଭରେ ସେକାରିୟାରୁ ଶିବ ସଦନ ଓ ମେରାଇନ ଲାଇନ୍ସ ଯାଏଁ ଲେଜର ଲାଇଟ୍ ସାହାଯ୍ୟରେ ଡିଜିଟାଲ ଡିସପ୍ଲେ ଲାଇଟିଂରେ ତ୍ରିରଙ୍ଗା ପ୍ରଦର୍ଶିତ କରାଯିବା। ସେହିପରି ମେରାଇନ ଡ୍ରାଇଭ ଟ୍ରାଇଡେଣ୍ଟ ହୋଟେଲରେ ସ୍ପେଶାଲ ଲେଜର ଶୋ ମଧ୍ୟ କରାଯିବ।

ଏଥିସହ ବିଏମ୍‌ସି ତରଫରୁ ହର ଘର ତ୍ରିରଙ୍ଗା ଅଭିଯାନରେ ୫୦ ଲକ୍ଷ ପତାକା ବାଣ୍ଟିବାକୁ ଯୋଜନା ହୋଇଛି। ଏହି ଯୋଜନାରେ ବିଏମ୍‌ସି୭ କୋଟି ଟଙ୍କା ଖର୍ଚ୍ଚ କରୁଛି। ଏ ନେଇ ବିଏମ୍‌ସି ନୋଡ଼ାଲ ଅଧିକାରୀ ଅମୋଲ ଗୀତେ କହିଛନ୍ତି, ୧୩ରୁ ୧୫ ଅଗଷ୍ଟ ମଧ୍ୟରେ ୧୦ଟି ସ୍ପେଶାଲ ଲେଜର ଶୋ ଆୟୋଜନ ହେବ। ଏହା ମାଧ୍ୟମରେ ସ୍ବାଧୀନତା ସଂଗ୍ରାମରେ ଯୋଗଦାନ କରିଥିବା ସଂଗ୍ରାମୀଙ୍କ ବିଷୟରେ ସୂଚନା ଦିଆଯିବ। ଏଥିସହ ଦେଶ ଭକ୍ତି ସନ୍ଦେଶ ମଧ୍ୟ ଦିଆଯିବ।

Also Read: ‘ଡଙ୍କି’ର ସୁଟିଂ ସେଟରୁ ଲିକ୍ ହେଲା ଶାହରୁଖ ଓ ତାପ୍‌ସୀଙ୍କ ଫଟୋ, ନିର୍ଦ୍ଦେଶକ ରାଜକୁମାର ହିରାନୀ ଅସନ୍ତୁଷ୍ଟ

Leave A Reply

Your email address will not be published.