Below header

ଛଠ୍‌ ପୂଜା ବେଳେ ସେଲ୍ଫି ହେଲା କାଳ, ଡଙ୍ଗା ଓଲଟି ଜଣଙ୍କ ମୃତ୍ୟୁ, ଅନ୍ୟାନ୍ୟ ସ୍ଥାନରେ ପ୍ରାଣ ହରାଇଲେ ଆଉ ୪

ଛଠ୍‌ ପୂଜା ସମୟରେ ଉତ୍ତର ପ୍ରଦେଶର ଆଜମଗଡ଼ ଜିଲାରେ ଘଟିଛି ଏକ ଅଘଟଣ। ତମସା ନଦୀରେ ଶ୍ରଦ୍ଧାଳୁମାନେ ଡଙ୍ଗାରେ ବସି ସେଲ୍ଫି ନେଉଥିବା ବେଳେ ହଠାତ୍‌ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଫଳରେ ଏଥିରେ ଥିବା ୭ଜଣ ଶ୍ରଦ୍ଧାଳୁ ନଦୀରେ ଗଳିପଡ଼ିଥିଲେ। ୬ଜଣ ଉଦ୍ଧାର ପାଇଥିବା ବେଳେ ଜଣଙ୍କ ପତ୍ତା ମିଳିପାରି ନାହିଁ।

ସୂଚନା ମୁତାବକ, ରବିବାର ଆଜମଗଡ଼ର ଗୌରୀଶଙ୍କର ଘାଟ ନିକଟରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାରେ ୭ଜଣ ଲୋକ ଉପସ୍ଥିତ ଥିଲେ। ସେଥିମଧ୍ୟରୁ ୧୫ ବର୍ଷୀୟ ଗିରିଶ ଗୁପ୍ତା ନାମକ ନାବାଳକଙ୍କ ମୃତଦେହ ଏ ପଯ୍ୟର୍ନ୍ତ ଉଦ୍ଧାର ହୋଇପାରି ନାହିଁ। ଏବେ ବି ଏନଡିଆର୍‌ଅଫ୍‌ ଟିମ୍‌ ଉଦ୍ଧାର କାଯ୍ୟର୍ ଜାରି ରଖିଛି।

ସେହିପରି ତମସା ନଦୀର ବେରସାଠାରେ ମଧ୍ୟ ଜଣେ ଯୁବକ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ବିଶାଲ ପୁତ୍ର ନନ୍ଦଲାଲ ପ୍ରଜାପତି ବୋଲି ଜଣାପଡ଼ିଛି। ସେ ନିଜ ମା’ଙ୍କ ସହ ଛଠ୍‌ ପୂଜା ପାଳନ କରିବା ପାଇଁ ଏଠାକୁ ଆସିଥିଲେ। ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ବିଶାଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଏହାସହ ପଢ଼ନ୍ତୁ: ଭାଇର ଚିକିତ୍ସା ପାଇଁ ପଇସା ବଞ୍ଚାଉଥିଲା ଭଉଣୀ, ୫ ବର୍ଷ ଧରି ଖାଉଥିଲା ଭାତ ଆଉ ଲଙ୍କା! ପରେ ଭୋଗିଲା ଏଭଳି କଷ୍ଟ

ଏହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଛଠ୍‌ ପୂଜା ସମୟରେ ଦୁର୍ଘଟଣା ଘଟିଛି। ନଦୀ, ପୋଖରୀରେ ବୁଡ଼ି ୩ ଜଣଙ୍କର ମୃତ୍ୟୁ ଘଟିଛି। ତମସା ନଦୀ ଦୁର୍ଘଟଣା ସମେତ ୫ଜଣ ଛଠ୍‌ ପୂଜାରେ ପ୍ରାଣ ହରାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.