Below header

ଏହି ସବୁ ଦେଶରେ କେମିତି ହୋଇଥାଏ ‘ପ୍ରଥମ ଦେଖା’, ଆପଣ ବି ଜାଣି ରଖନ୍ତୁ

ଫାଷ୍ଟ ଡେଟ୍‌ ଯୁବତୀ, ଯୁବକଙ୍କ ପାଇଁ ବହୁତ ଖାସ୍‌ ହୋଇଥାଏ। କାରଣ, ସବୁ ପୁଅଝିଅ ଏହିଦିନକୁ ଅପେକ୍ଷା କରିଥାଆନ୍ତି। ତେବେ ଆପଣ ଜାଣିଛନ୍ତି କି, ଏମିତି କେତେକ ଦେଶ ରହିଛି, ଯେଉଁଠି ଫାଷ୍ଟ ଡେଟ୍‌ରେ ନିଜ ପାର୍ଟନରଙ୍କୁ କିସ୍‌ କରିବା ପାଇଁ ମାନିବାକୁ ପଡ଼ିଥାଏ ଅଜବ ନିୟମ। ଆସନ୍ତୁ ଜାଣିବା।

-ରୁଷରେ ଫାର୍ଷ୍ଟ ଡେଟ୍‌ରେ କିସ୍‌ କରିବା ମନା। କିନ୍ତୁ ଡେଟ୍‌ରେ ଯଦି କେହି ମହିଳା ନିଜ ହାତକୁ ପାର୍ଟନର ଆଡ଼କୁ ବଢ଼ାଇଥାଆନ୍ତି, ତେବେ ପୁରୁଷ ଜଣକ କେବଳ ତାଙ୍କ ହାତକୁ ହିଁ କିସ୍‌ କରିପାରିବେ।

-ସ୍ପେନ୍‌ରେ ଫାର୍ଷ୍ଟ ଡେଟ୍‌ରେ ଯୁବତୀ, ଯୁବକ ଉଭୟ ଉଭୟଙ୍କୁ ହାଲୋ ବୋଲି କହିଥାଆନ୍ତି। ଆଉ ଗାଲକୁ କିସ୍‌ କରିଥାଆନ୍ତି। ଏହି ସମୟରେ ପଇସା, ରାଜନୀତି ଏବଂ ଧର୍ମ ବିଷୟରେ ଆଲୋଚନା କରିବା ସମ୍ପୂର୍ଣ୍ଣ ନିଷେଧ।

first1

ଏହାସହ ପଢ଼ନ୍ତୁ: ପୁଅଙ୍କ ପାଇଁ ପାଗଳ ହୁଅନ୍ତି ଏହି ଦେଶର ଯୁବତୀ, ହେଲେ ସହଜରେ ମିଳି ନ ଥାଆନ୍ତି ମନର ମଣିଷ, ଜାଣନ୍ତୁ କାହିଁକି

-ଇଟାଲିରେ ପ୍ରଥମ ଦେଖା ସମୟରେ ଜଣେ ଜଣଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥାଆନ୍ତି। ଏହାଛଡ଼ା ନିଜ ଏକ୍ସ, ପଇସା ଏବଂ ରାଜନୀତି ବିଷୟରେ ମଧ୍ୟ ଆପଣ କଥା ହୋଇପାରିବେ। ଫାଷ୍ଟ ଡେଟ୍‌ରେ ଆପଣ କେତେ ମଦ ପିଇପାରିବେ, ସେ ନେଇ କୌଣସି ନିୟମ ନାହିଁ।

-ଆଷ୍ଟ୍ରେଲିଆରେ ଜଣେ ନିଜ ପାର୍ଟନରଙ୍କର କେବଳ ଗୋଟିଏ ଗାଲକୁ କିସ୍‌ କରିପାରିବେ। ଫାର୍ଷ୍ଟ ଡେଟ୍‌ରେ ଏଠାରେ ପୁରୁଷମାନେ ମଦ ଅର୍ଡର କରିଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.