ଭିଡ଼ ହିଂସା ବିରୋଧରେ ୪୦ ବଲିଉଡ୍ ଷ୍ଟାର ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି, କହିଲେ, ‘ସଂସଦରେ କେବଳ ନିନ୍ଦା କଲେ ଚଳିବନି‘

ଦେଶରେ ଭିଡ଼ ହିଂସାକୁ ନେଇ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ଏଭଳି ମାମଲାକୁ ନେଇ ବଲିଉଡ୍ ଇଣ୍ଡଷ୍ଟ୍ରୀ ମଧ୍ୟ ପ୍ରତିକ୍ରିୟା ରଖିଛି। ଇଣ୍ଡଷ୍ଟ୍ରୀ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଏକ ଚିଠି ଲେଖାଯାଇଛି। ଏହା ମାଧ୍ୟମରେ ପୂରା ଇଣ୍ଡଷ୍ଟ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଛି କି, ଏହି ଘଟଣା ଉପରେ ପ୍ରଧାନମନ୍ତ୍ରୀ ଦ୍ଢ଼ ପଦକ୍ଷେପ ଗ୍ରହଣ କରନ୍ତୁ। ଉକ୍ତ ଚିଠିରେ ପାଖାପାଖି ୪୦ଜଣ ସେଲିବ୍ରିଟିଙ୍କ ନାମ ସାମିଲ ହୋଇଛି।

letter letter

ଯେଉଁଥିରେ ପିଲ୍ମ ନିର୍ମାତା, ଅଭିନେତା ଏବଂ କେତେଜଣ ସମାଜସେବୀ ରହିଛନ୍ତି। ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ‘ସଂସଦରେ କେବଳ ଭିଡ଼ ହିଂସାକୁ ନିନ୍ଦା କରିବାରେ କାମ ଚଳିବ ନାହିଁ। ଏହା ବିରୋଧରେ କ’ଣ କାର‌୍ୟ୍ୟାନୁଷ୍ଠାନ ନିଆଯାଇପାରିବ, ତାହା କୁହନ୍ତୁ।’
ସେମାନେ ଆଉ ମଧ୍ୟ କହିଛନ୍ତି କି, ଆମକୁ ଲାଗୁଛି ଏହି ପ୍ରକାର କୌଣସି ବି ହିଂସା ଘଟଣାରେ ଦୋଷୀଙ୍କୁ ଜାମିନ୍ ମିଳିବା କଥା ନୁହେଁ ଏବଂ ଏମିତି ଲୋକଙ୍କୁ କଠୋରରୁ କଠୋରତମ ଦଣ୍ଡ ମିଳିବା ଉଚିତ। ଏହିପରି ହତ୍ୟା ଅଭିଯୁକ୍ତଙ୍କୁ ବିନା ପାରୋଲରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ଦରକାର।

modi narendra

ଏହାସହ ପଢ଼ନ୍ତୁ: ଅନର କିଲିଂ: ଭଉଣୀ ଏବଂ ତାଙ୍କ ପ୍ରେମିକକୁ ଗୁଳିକରି ହତ୍ୟା କଲା ସମ୍ପର୍କୀୟ ଭାଇ

 

ଚିଠିରେ କୁହାଯାଇଛି, ୨୦୦୯ରେ ଦେଶରେ ଧର୍ମ ନାମରେ ହିଂସା ସୃଷ୍ଟି କରିବା ଭଳି ପାଖାପାଖି ୨୫୪ ଅପରାଧ ଘଟଣା ଘଟିସାରିଛି। ସେହିପରି ୨୦୧୬ରେ ୮୪୦ ଅପରାଧ ଘଟଣା କେବଳ ତଫସିଲଭୁକ୍ତ ଜାତି ଓ ଜନଜାତି ଲୋକଙ୍କ ସହ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଚିଠି ଲେଖିଥିବା ବଲିଉଡ୍ ସେଲିବ୍ରିଟିଙ୍କ ମଧ୍ୟରେ ଶ୍ୟାମ ବେନଗେଲ, ଅନୁରାଗ କାଶ୍ୟପ, ବିନାୟକ ସେନ, ସୌମିତ୍ର ଚାଟାର୍ଜୀ, କୋଙ୍କଣା ସେନ୍ ଶର୍ମା, ଶୁଭା ମୁଦଗଲ୍, ଅନୁପମ ରାୟ ପ୍ରମୁଖ ରହିଛନ୍ତି।

anu anu

ଏହି ଘଟଣାରେ ଶୁଭା ମୁଦଗଲ କହିଛନ୍ତି ଯେ ସେ ସବୁବେଳେ ଭିଡ଼ ହିଂସା ବିରୋଧରେ ରହିଛନ୍ତି। ସେପଟେ ବଙ୍ଗାଳି କଳାକାର ରିଦ୍ଧି ସେନ୍ କୁହନ୍ତି, ‘ସାମ୍ପ୍ରଦାୟିକତା ହିଂସା ବଢ଼ିଯାଉଛି ଏବଂ ଏଥିରେ ଆତଙ୍କ ଖେଳିଯାଉଛି। ଏଥିପାଇଁ ଆମେ ମୋଦିଙ୍କୁ ଅପିଲ କରିଛୁ କି ଭାରତ ସବୁ ଧର୍ମ, ଜାତି ଓ ବିଭିନ୍ନତାକୁ ମାନିଥାଏ। ଆମ ସମ୍ବିଧାନରେ ଧର୍ମନିରପେକ୍ଷର ମୂଲ୍ୟ ଶେଷ ହୋଇ ନ ଯାଉ।‘

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.