Below header

ବଲାଙ୍ଗିର: ବର୍ଷା ଅଭାବରୁ ଉଜୁଡିଲାଣି ଚାଷ, ମୁଣ୍ଡରେ ହାତ ଦେଇ ବସିଛି ବାଲସଦା ଗାଁର ଚାଷୀ

ଆଷାଢ ଯାଇ ଶ୍ରାବଣ ହେଲା, ହେଲେ ବର୍ଷାର ଦେଖା ମିଳିଲାନି । ଏଭଳି ପରିସ୍ଥିତିର ଚାଷୀ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ଗତବର୍ଷ ପରି ଏବର୍ଷ ମଧ୍ୟ ମରୁଡିର ଆଶଙ୍କା ଦେଖାଗଲାଣି । ବଲାଙ୍ଗିର ଜିଲ୍ଲା ଧାମନଡଙ୍ଗା ପଞ୍ଚାୟତ ବାଲସଦା ଗାଁରେ ଏଭଳି ସମସ୍ୟା ଦେଖାଦେଇଛି । ତେଣୁ ଆଗକୁ ଚାଷୀମାନେ ରାଜ୍ୟ ସରକାରଙ୍କ ନିକଟରେ ନିଜ ଅଧିକାର ସହ ଗତବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ମିଳି ନଥିବା ଓ ଅନ୍ୟ ସମସ୍ୟାକୁ ନେଇ ଆନ୍ଦୋଳନ ପାଇଁ ସଜ ହେଉଛନ୍ତି । ଦରକାର ପଡିଲେ ଆଗକୁ ଏହି କମିଟି ହଜାର ହଜାର ଚାଷୀ ମାନଙ୍କୁ ନେଇ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହୋଇ ରହିଥିବା କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.