ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ଦନ୍ତା ହାତୀର ମୃତ୍ୟୁ, କିଛି ଦିନ ହେବ ରୋଗରେ ଥିଲା ପୀଡିତ

ଢେଙ୍କାନାଳ ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ପୁଣି ଦନ୍ତା ହାତୀର ମୃତ୍ୟୁ । ଚିକିତ୍ସାଧିନ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ରୋଗାଗ୍ରସ୍ଥ ଯୋଗୁ ହାତୀଟି ମୃତ୍ୟୁ ହୋଇଥିବା ବନ ବିଭାଗ କହିଛି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ କରିବା ପରେ ହାତୀଟିକୁ ପୋତି ଦିଆଯାଇଛି । ଦୁଇ ମାସ ଭିତରେ ୫ଟି ହାତୀର ମୃତ୍ୟୁ ହେଲାଣି । ତେବେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ସେପଟେ ବନ ବିଭାଗର ଅବହେଳା ପାଇଁ ବାରମ୍ବାର ହାତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.