Below header

Asus ROG Phone 2, ଏହା ହେଉଛି ଦୁନିଆର ସବୁଠୁ ଫାଷ୍ଟ ସ୍ମାର୍ଟଫୋନ

ଚିପସେଟ ନିର୍ମାତା କ୍ଵାଲକମ କିଛିଦିନ ପୂର୍ବେ ନିଜର ନୂଆ ପ୍ରୋସେସର ସ୍ନାପଡ୍ରାଗନ855 ପ୍ଲସ ଲଞ୍ଚ କରିଛି। ଏହା ଦୁନିଆର ସବୁଠୁ ଫାଷ୍ଟ ପ୍ରୋସେସର ଅଟେ। ଏବେ ଆସସ ସ୍ନାପଡ୍ରାଗନ855 କୁ ବ୍ୟବହାର କରି ବିଶ୍ଵର ସବୁଠୁ ଫାଷ୍ଟ ସ୍ମାର୍ଟଫୋନ Asus ROG Phone 2 ଲଞ୍ଚ କରିଛି। ଆସନ୍ତୁ ଜାଣିବା ଏହି ଫୋନ ଏବଂ ସ୍ନାପଡ୍ରାଗନ855 ପ୍ଲସ ବିଷୟରେ ।

ସ୍ନାପଡ୍ରାଗନ855 ପ୍ଲସର ବୈଶିଷ୍ଟ୍ୟ

କମ୍ପାନୀର କହିବା ଅନୁଯାୟୀ ସ୍ନାପଡ୍ରାଗନ855 ପ୍ଲସ ଯେକୌଣସି ସ୍ମାର୍ଟଫୋନ ପାଇଁ ସବୁଠୁ ପାୱାରକୁଲ ପ୍ରୋସେସର ଅଟେ। ଗ୍ରାଫିକ୍ସ ରେଣ୍ଡରିଂରେ ଏହି ପ୍ରୋସେସର ସ୍ନାପଡ୍ରାଗନ855 ପ୍ଲସ ତୁଳନାରେ 15 ପ୍ରତିଶତ ଅଧିକ କାର୍ଯ୍ୟକ୍ଷମ ଅଟେ। ଏହି ପ୍ରୋସେସର 5ଜି ଗେମିଙ୍ଗ ପାଇଁ ମଧ୍ୟ ଉପଯୁକ୍ତ । ଏଥିରେ ଗ୍ରାଫିକ୍ସ ପାଇଁ ଆଡ୍ରେନ 640 ଜିପିୟୁ ଦିଆଯାଇଥିବା ବେଳେ ଏହାର କ୍ଲକସ୍ପିଡ଼ 2.96GHz ଅଟେ ଏବଂ ଏହାର ପ୍ରୋସେସର 7nm ପ୍ରୋସେସ ଟେକନିକରେ ପ୍ରସ୍ତୁତ କରାଯାଇଛି । ଏହାର ଡାଉନଲୋଡ଼ କ୍ଷମତା 2Gbps ଅଟେ। ସ୍ନାପଡ୍ରାଗନ 855 ପ୍ଲସ 192 ମେଗାପିକ୍ସେଲ ପର୍ଯ୍ୟନ୍ତ ସିଙ୍ଗଲ କ୍ୟାମେରା ସପୋର୍ଟ କରିପାରିବ । ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ଫାଷ୍ଟ ସ୍ମାର୍ଟଫୋନ ବିଷୟରେ ।

Asus ROG Phone 2ର ସ୍ପେସିଫିକେସନସ 

ଏହି ଫୋନ ଆଣ୍ଡ୍ରଏଡ ପାଇ 9.0 ଉପରେ ଆଧାରିତ । ଏହାସହିତ କୁହାଯାଉଛି କି ୟୁଜର୍ସ ମାନଙ୍କ ପାଖରେ ଷ୍ଟାର୍କ ଆଣ୍ଡ୍ରଏଡ଼କୁ ସ୍ଵିଚ କରିବା ପାଇଁ ମଧ୍ୟ ଅପ୍ସନ ରହିବ। ଏହି ଫୋନରେ 6.59 ଇଞ୍ଚର ଫୁଲ ଏଚଡ଼ି ପ୍ଲସ ଏମୋଲେଡ଼ ଡ଼ିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ 1080×2340 ପିକ୍ସଲ ଅଟେ। ଡ଼ିସପ୍ଲେ ଉପରେ ଗରିଲ୍ଲା ଗ୍ଲାସ 6 ର ପ୍ରୋଟେକ୍ସନ ମଧ୍ୟ ରହିବ। ଏହାଦ୍ୱାରା ଫୋନ ଅତି ସହଜରେ ଭାଙ୍ଗିବାର ଡର ମଧ୍ୟ ରହିବ ନାହିଁ। ଏହି ଫୋନରେ କ୍ବାଲକମର ସ୍ନାପଡ୍ରାଗନ855 ପ୍ଲସ ପ୍ରୋସେସର ସହିତ 12ଜିବି ରାମ ଏବଂ 512ଯିବି ଷ୍ଟୋରେଜ ମଧ୍ୟ ରହିବ ଓ ଏହି ଫୋନରେ ଫ୍ରଣ୍ଟ ଫେସିଙ୍ଗ ସ୍ଟେରିଓ ସ୍ପିକର ମଧ୍ୟ ଦିଆଯାଇଛି।

ଏହା ସହ ପଢନ୍ତୁ ଭାରତରେ ହୋଣ୍ଡା ଲଞ୍ଚ କରିବ ହାଇବ୍ରିଡ ଜାଜ୍ କାର, ଯାହାର ପ୍ରାରମ୍ଭିକ ମୂଲ୍ୟ ରହିବ ୬.୫ ଲକ୍ଷ

Asus ROG Phone 2ର କ୍ୟାମେରା

ଏହି ଫୋନରେ 48 ମେଗାପିକ୍ସେଲର ମେନ କ୍ୟାମେରା ଏବଂ 13 ମେଗାପିକ୍ସେଲର ସେକେଣ୍ଡାରୀ କ୍ୟାମେରା ଦିଆଯାଇଛି ଯାହାକି 125 ଡିଗ୍ରୀ ଏରିଆକୁ କଭର କରିଥାଏ। ଏହି ଫୋନରେ ସେଲ୍ଫି ନେବା ପାଇଁ 24 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି।

Asus ROG Phone 2ର କନେକ୍ଟିଭିଟି ଏବଂ ବ୍ୟାଟେରୀ

କନେକ୍ଟିଭିଟି ପାଇଁ ଏଥିରେ 4G LTE ,ୱାଇ-ଫାଇ, ବ୍ଲ୍ୟଟୁଥ, ୱାଇଫାଇ ଡାଇରେକ୍ଟ ,ଏନଏଫସି ଏବଂ 3.5ଏମଏମର ହେଡ଼ଫୋନ ଜ୍ୟାକ ମଧ୍ୟ ଦିଆଯାଇଛି । ଏହି ଫୋନରେ ୟୁଏସବି ଟାଇପ-ସି ଚାରଜିଙ୍ଗ ପୋର୍ଟ ସହିତ 6000mAH ବ୍ୟାଟେରୀ ଦିଆଯାଇଛି ଯାହାକି କ୍ୱିକ ଚାରଜିଙ୍ଗ 4.0 ସପୋର୍ଟ କରିଥାଏ। ଏହି ଫୋନର ଓଜନ 240 ଗ୍ରାମ ଅଟେ । ଏହି ଫୋନର ମୂଲ୍ୟ ସମ୍ବନ୍ଧୀୟ କୌଣସି ତଥ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ଏହାର ମୂଲ୍ୟ ବିଷୟରେ ଜାଣିବା ପାଇଁ ଦେଖୁଥାନ୍ତୁ ଆମର ୱେବସାଇଟ କେନିଉଜ ଓଡିଶା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.