ପ୍ରଥମେ ପ୍ରଧାନମନ୍ତ୍ରୀ ଏବେ ଗୃହମନ୍ତ୍ରୀ, ଅମିତ୍ ଶାହାଙ୍କୁ ବମରେ ଉଡାଇଦେବାକୁ ଧମକ

ପ୍ରଥମେ ପ୍ରଧାନମନ୍ତ୍ରୀ, ତାପରେ ମନୋଜ ତିୱାରୀ ଆଉ ଏବେ ଅମିତ୍ ଶାହାଙ୍କୁ ହତ୍ୟା ଧମକ । ଗୃହମନ୍ତ୍ରୀଙ୍କୁ ବମରେ ଉଡାଇ ଦେବାକୁ ଏକ ଚିଠିରେ ଦିଆଯାଇଛି ଧମକ । ଜଣେ ଅଜ୍ଞାତ ବ୍ୟକ୍ତି ଏହି ଚିଠିଟି ମଧ୍ୟପ୍ରଦେଶ ବିଦିଶା ଜିଲ୍ଲା ଗଂଜବାସୌଦାର ବିଧାୟକ ଲୀନା ଜୈନଙ୍କୁ ପଠାଇଛନ୍ତି । କେବଳ ସେତିକି ନୁହେଁ ବିଧାୟକ ଲୀନା ଜୈନଙ୍କ ସହ ରେଲୱେ ଷ୍ଟେସନ ଓ ସରକାରୀ ଡାକ୍ତରଖାନାକୁ ମଧ୍ୟ ବମରେ ଉଡାଇବାକୁ ଏହି ଚିଠିରେ ଧମକ ଦିଆଯାଇଛି । ଅନ୍ୟପଟେ ଏହି ସୂଚନା ପାଇବା ପରେ ଆଲର୍ଟ ଜାରି କରିବା ସହ ରେଲୱେ ଷ୍ଟେସନ, ଡାକ୍ତରଖାନା ଓ ବସ୍ ଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ୍ ।

ଏହା ସହ ପଢନ୍ତୁ ସୁରକ୍ଷିତ ନାହାନ୍ତି ଦେଶର ପ୍ରଧାନମନ୍ତ୍ରୀ, ମୋଦିଙ୍କୁ ପୁଣି ଥରେ ହତ୍ୟା ଧମକ

ଖବର ଅନୁସାରେ, ସୋମବାର ଦିନ ଲୀଲା ଜୈନଙ୍କୁ ଏକ ଚିଠି ଆସିଥିଲା । ଯେଉଁଥିରେ ଏହି ସବୁ ଧମକ ଦିଆଯାଇଥିଲା । ଚିଠି ପଠାଇଥିବା ଲୋକଙ୍କ ନାମ ସ୍ଥାନରେ “ବମ୍ ବନାନେ ୱାଲା” ଲେଖା ହୋଇଥିଲା । ଏହି ସୂଚନା ପାଇବା ପରେ ବମ୍ ନିଷ୍କ୍ରିୟ ଟିମ୍ ବିଳମ୍ୱିତ ରାତି ପର‌୍ୟ୍ୟନ୍ତ ଅନୁସନ୍ଧାନ କରିଥିଲେ । ବିଧାୟକଙ୍କ ଘରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହା ସହିତ କିଏ ଏହି ଚିଠିକୁ ପଠାଇଛି ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.