‘ମୋ ବ୍ୟାଗରେ ବୋମା ଅଛି… ଲ୍ୟାଣ୍ଡ କଲେ ସମସ୍ତେ ମରିବେ’ ମୁମ୍ବାଇ ଇଣ୍ଡିଗୋ ବିମାନର ଟଏଲେଟ ଟିସୁ ପେପର ଲେଖାଥିଲା ଏଭଳି କିଛି

ଚେନ୍ନାଇର ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନର ଟଏଲେଟ ଟିସୁ ପେପରରେ ବିମାନକୁ ଉଡାଇବାକୁ ଧମକ ମିଳିଥିଲା । ଟିସୁ ପେପରରେ ଲେଖାଥିଲା, ‘ମୋ ବ୍ୟାଗରେ ବୋମା ଅଛି । ଯଦି ଆମେ ମୁମ୍ବାଇରେ ଲ୍ୟାଣ୍ଡ କରୁ ତେବେ ସମସ୍ତେ ମରିବେ ।

ଚେନ୍ନାଇର ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନକୁ ବୋମାରେ ଉଡାଇଦେବାକୁ ଧମକ । ଏହି ମାମଲାକୁ ନେଇ ପୋଲିସ ଯାଞ୍ଚ କରୁଛି । ଇଣ୍ଡିଗୋ 6E-5188 ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିବାର ଥିଲା । କିନ୍ତୁ ପହଞ୍ଚିବାକୁ ୪୦ କିମି ଥିବାବେଳେ ଟଏଲେଟର ଟିସୁ ପେପରରେ ବିମାନକୁ ଉଡାଇବାକୁ ଧମକ ମିଳିଥିଲା ।

ପୋଲିସ କହିବା ମୁତାବକ, ବିମାନର ଟଏଲେଟ ଟିସୁ ପେପରରେ ବିମାନକୁ ଉଡାଇବାକୁ ଧମକ ମିଳିଥିଲା । ଟିସୁ ପେପରରେ ଲେଖାଥିଲା, ‘ମୋ ବ୍ୟାଗରେ ବୋମା ଅଛି । ଯଦି ଆମେ ମୁମ୍ବାଇରେ ଲ୍ୟାଣ୍ଡ କରୁ ତେବେ ସମସ୍ତେ ମରିବେ । ମୁଁ ଏକ ଆତଙ୍କବାଦୀ ସଂଗଠନର । ସମସ୍ତେ ମରିବେ । ଏହି ଟିସୁ ମିଳିବା ପରେ ସମସ୍ତ ଯାତ୍ରୀ ଛାନିଆ ହୋଇପଡିଥିଲେ। ଏହାପରେ ବିମାନଟିକୁ ତୁରନ୍ତ ଅବତରଣ କରାଯିବା ସହ ତନତନ ଯାଞ୍ଚ କରାଯାଇଥିଲା ।

ବିମାନର ଟଏଲେଟର ଏକ ଟିସୁ ପେପରରେ ହୋଇଥିବା ଲେଖା ଦେଖି ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଛନକା ପଶି ଯାଇଥିଲା । ତେବେ ବିମାନରେ କିଛି ସନ୍ଦିଗ୍ଧ ଜିନିଷ ମିଳିନଥିଲା । ପରେ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇ ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.