ଜୀବନ ଶୈଳୀରେ ପରିବର୍ତ୍ତନ ଆଣୁଛି ମାଣ୍ଡିଆ ଚାଷ, ସ୍ୱାବଲମ୍ବୀ ହୋଇପାରୁଛନ୍ତି ଚାଷୀ

ମାଣ୍ଡିଆ ପୂର୍ବରୁ କେବଳ ଆଦିବାସୀ ମାନଙ୍କ ଖାଦ୍ୟ ଥିଲା କିନ୍ତୁ ଏବେ ଏହା ବିଶ୍ୱ ବଜାରରେ ବେଶ୍ ପରିଚିତ । ଏହି ମାଣ୍ଡିଆ ଚାଷ ଯୋଗୁଁ ଚାଷୀ ବେଶ୍ ଆତ୍ମ ନିର୍ଭରଶୀଳ ହୋଇପାରୁଛି । କିନ୍ତୁ ଧୀରେ ଧୀରେ ଏହି ଚାଷର ପ୍ରକ୍ରିୟା ଗାଁ ଗାଁ କୁ ବୁଲି ଚାଷୀ ମାନଙ୍କୁ ସଚେତନ କରାଇ ବଦଳେଇବାରେ ଆରମ୍ଭ କରିଥିଲା ଲାମତାପୁଟ ବ୍ଲକରେ କାର୍ଯ୍ୟ କରୁଥିବା ପ୍ରଦାନ ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ ।

ମାଣ୍ଡିଆ ପୂର୍ବରୁ କେବଳ ଆଦିବାସୀ ମାନଙ୍କ ଖାଦ୍ୟ ଥିଲା କିନ୍ତୁ ଏବେ ଏହା ବିଶ୍ୱ ବଜାରରେ ବେଶ୍ ପରିଚିତ । ଏହି ମାଣ୍ଡିଆ ଚାଷ ଯୋଗୁଁ ଚାଷୀ ବେଶ୍ ଆତ୍ମ ନିର୍ଭରଶୀଳ ହୋଇପାରୁଛି । ଆସନ୍ତୁ ଏଭଳି କିଛି ସ୍ଵତନ୍ତ୍ର ରିପୋର୍ଟ ଦେଖିବା କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରୁ । ଦିନ ଥିଲା ଅଞ୍ଚଳର ଚାଷୀ ମାନେ ନିଜେ ଖାଇବାକୁ ଅଳ୍ପ ଅଳ୍ପ ମାଣ୍ଡିଆ ଚାଷ କରୁଥିଲେ ଯାହା ବଳୁଥିଲା ତାକୁ ଅଳ୍ପ ଦରରେ ଗାଁ ଦୋକାନରେ ୧୦ ରୁ ୧୫ ଟଙ୍କା ମଧ୍ୟରେ ବିକ୍ରି କରୁଥିଲେ କିନ୍ତୁ ଏବେ ସମୟ ବଦଳିବା ସହ ଲୋକେ ବି ପରିବର୍ତ୍ତନ ହେଲେଣି । ବଜାରରେ ଧୀରେ ଧୀରେ ମାଣ୍ଡିଆର ଚାହିଦା ବୃଦ୍ଧି ପାଇଛି । ତେଣୁ ଚାଷୀ ମଧ୍ୟ ଏହାର ଲାଭ ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି ।

ଚାଷୀ ପୂର୍ବରୁ ମାଣ୍ଡିଆକୁ ବୁଣି ଦେଉଥିଲେ ଯାହା ଫଳରେ ଚାଷର ଉତ୍ପାଦନ ମଧ୍ୟ ସ୍ୱଳ୍ପ ପରିମାଣରେ ହେଉଥିଲା । କିନ୍ତୁ ଧୀରେ ଧୀରେ ଏହି ଚାଷର ପ୍ରକ୍ରିୟା ଗାଁ ଗାଁ କୁ ବୁଲି ଚାଷୀ ମାନଙ୍କୁ ସଚେତନ କରାଇ ବଦଳେଇବାରେ ଆରମ୍ଭ କରିଥିଲା ଲାମତାପୁଟ ବ୍ଲକରେ କାର୍ଯ୍ୟ କରୁଥିବା ପ୍ରଦାନ ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ । ୨୦୧୬- ୧୭ ବର୍ଷରୁ ଆରମ୍ଭ ହୋଇଥିଲା ମାଣ୍ଡିଆ ଚାଷ କରିବାର ଶୈଳୀ କିଛି ଗ୍ରାମକୁ ନେଇ । ଚଳିତ ବର୍ଷ ଲମତାପୁଟ ବ୍ଲକରେ ୧୭୮୧ ହେକ୍ଟର ମାଣ୍ଡିଆ ଚାଷ ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଚାଷ ହୋଇଛି ୨୬୬୬ ହେକ୍ଟର ଓ ଏଥିରେ ୫୭୦୯ ଜଣ ଚାଷୀ ନିଜ ନାମ ପଞ୍ଜିକରଣ କରିଥିବା ବେଳେ ଚାଷୀଙ୍କ ଠାରୁ ୪୨,୫୧୬ କୁଇଣ୍ଟାଲ୍ ମାଣ୍ଡିଆ କିଣିବା ପାଇଁ ଲକ୍ଷ୍ୟ ରଖିଛି କୋରାପୁଟ ନାରୀ ଶକ୍ତି ଚାଷ ଉତ୍ପାଦକ କମ୍ପାନୀ ।

ମାଣ୍ଡିଆ ଚାଷ କରିବା ପାଇଁ ରାଜ୍ୟ ସରକାର ବହୁତ ଯୋଜନା କରିଛନ୍ତି । ଯୋଜନା ମଧ୍ୟରେ ରହିଛି ଜଣେ ଚାଷୀ ଯଦି ଗୋଟେ ହେକ୍ଟର ଜମିରେ ଚାଷ କରେ ହେକ୍ଟର ପିଛା ସଘନ ପଦ୍ଧତିରେ ୧୦,୦୦୦/-, ଧାଡ଼ି ଲଗାଇବା କୁ ୭୫୦୦/- ଟଙ୍କା ଓ ଧାଡ଼ି ବୁଣା ପାଇଁ ୫୦୦୦/- ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ବାବଦକୁ ଚାଷୀର ଆକାଉଣ୍ଟକୁ ଟଙ୍କା ଆସୁଛି ଓ କୁଇଣ୍ଟାଲ୍ ପିଛା ୩୮୪୬/- ଟଙ୍କାରେ କିଣିବା ପାଇଁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି ।ବର୍ତ୍ତମାନ ଲମତାପୁଟ ବ୍ଲକ ମାଣ୍ଡିଆ ଚାଷର ହବ୍ ପାଲଟି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ହଜାର ହଜାର ଚାଷୀ ମାଣ୍ଡିଆ ଚାଷ କରି ବେଶ୍ ଉପକୃତ ହୋଇ ପାରୁଛନ୍ତି । ବହୁତ କମ ସମୟ ଭିତରେ ହଜାର ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇ ପାରୁଛି । ଏଥି ପାଇଁ ଅଞ୍ଚଳର ଚାଷୀ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.